www.samajalive.in
Thursday, December 11, 2025
16.1 C
Bhubaneswar

ବଖରାଏ ଚାଳଘର – ୪ କୋଟିର ହିସାବ ମାଗିଛି ଆୟକର ବିଭାଗ

ସାଲେପୁର: ନୁଆଣିଆ ବଖରାଏ ଚାଳଘର। ସ୍ୱାମୀ ରଙ୍ଗକାମ କରନ୍ତି ଓ ପତ୍ନୀ କଟକରେ ବିଭିନ୍ନ ଜାଗାରେ କାମକରି ପେଟ ପୋଷନ୍ତି। ଆଉ ଏବେ ଏହି ସ୍ୱାମୀ-ସ୍ତ୍ରୀଙ୍କ ଆକାଉଣ୍ଟରେ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା କାରବାର ହୋଇଥିବା ନେଇ ଆୟକର ବିଭାଗ ପକ୍ଷରୁ ନୋଟିସ ମିଳିବା ପରେ ଏହି ଗରିବ ପରିବାରର ହୋସ୍‍ ଉଡ଼ିଯାଇଛି। ସସ୍ମିତା କଟକରେ ଏକ କ୍ଲିନିକରେ ରହି କାମ କରୁଥିଲେ। ଏହି ସମୟରେ ତାଙ୍କୁ ଜଣେ ମହିଳା ସାକ୍ଷାତ୍‍ କରି ପୁରୀଘାଟର ବୀରକିଶୋର ଦାସ ନାମକ ଲୋକଙ୍କ ସହ ପରିଚୟ କରାଇଥିଲେ। ବୀରକିଶୋର ସସ୍ମିତାଙ୍କୁ ଭଲ ଚାକିରି ମିଳିବ କହି ତାଙ୍କଠାରୁ ଫଟୋ, ପରିଚୟପତ୍ର ନେବା ସହ କେତେକ ସାଦା କାଗଜରେ ଦସ୍ତଖତ କରାଇନେଇଥିଲେ। ପରେ ଭୁବନେଶ୍ୱର ନେଇ ଧିରେନ୍ଦ୍ର ପଟ୍ଟନାୟକଙ୍କ ସହ ସାକ୍ଷାତ କରାଇ ସେଠାରେ ଏକ ବ୍ୟାଙ୍କ୍‍କୁ ମଧ୍ୟ ନେଇ କିଛି କାଗଜପତ୍ର ଓ ଚେକ୍‍ରେ ଦସ୍ତଖତ କରାଇଥିଲେ। ପରେ ସେମାନେ ସସ୍ମିତାକୁ ଯେତେବେଳେ ଦସ୍ତଖତ କରିବାକୁ କହନ୍ତି ସସ୍ମିତା ଦସ୍ତଖତ ମଧ୍ୟ କରିଦିଏ। ସସ୍ମିତାର ଅଭାବ ଅସୁବିଧା ସମୟରେ ସେମାନେ ମଧ୍ୟ ହଜାର ଦୁଇହଜାର ଟଙ୍କା ଦିଅନ୍ତି। ଗାଉଁଲି ମହିଳା ଓ ବିଶେଷ ପାଠପଢ଼ି ନଥିବାରୁ ସସ୍ମିତା କିଛି ବୁଝି ପାରୁ ନଥାଏ। ସସ୍ମିତାର ପୁଅଦେହ ଖରାପ ବେଳେ ପଇସା ମାଗିଲେ ମଧ୍ୟ ସସ୍ମିତାକୁ ସେମାନେ ସାହାଯ୍ୟ କରନ୍ତି।

ଏହିଭଳି ୩ବର୍ଷରୁ ଊର୍ଦ୍ଧ୍ବ ବିତିଯିବା ପରେ ସସ୍ମିତାକୁ ଆୟକର ବିଭାଗପକ୍ଷରୁ ଗତ ତା.୩୧.୦୩.୨୦୧୭ରିଖ ଏବଂ ତା.୩୧.୦୮.୨୦୧୮ରିଖରେ ବିଭାଗର ଅଧିକାରୀ ଭୁବନେଶ୍ୱରର ସେକ୍‍ ରାଜେନ ଜାନ ଏବଂ କଟକ ଆୟକର ବିଭାଗର ଅଧିକାରୀ ପ୍ରମୋଦକୁମାର ସାହୁଙ୍କ ଦସ୍ତଖତରେ ସାଲେପୁରସ୍ଥିତ ବୋଦାମୁଣ୍ଡାଇ ଠିକଣାରେ ନୋଟିସ ଆସିଛି। ବୀରକିଶୋର ଦାସ ସସ୍ମିତାଙ୍କୁ କୁହନ୍ତି ତୁମର କିଛି ହେବାର ନାହିଁ। ଆମେ ସବୁ ବୁଝିବୁ।

- Advertisement -

ଅପରପକ୍ଷରେ ସସ୍ମିତାଙ୍କ ନାମରେ ଶୁଭଲକ୍ଷ୍ମୀ ଏଣ୍ଟରପ୍ରାଇଜର୍ସ ଓ ତାଙ୍କ ସ୍ୱାମୀଙ୍କ ନାମରେ ମଧ୍ୟ ଏକ ଫାର୍ମ ଖୋଲାଯାଇଥିବା ଜଣାଯାଇଛି। ତାଙ୍କ ସ୍ୱାମୀ ଦେବେନ୍ଦ୍ର ରାଉତଙ୍କ ଫାର୍ମ ନାମରେ ବ୍ୟାଙ୍କ ଆକାଉଣ୍ଟରେ ୨ କୋଟି ୮୭ଲକ୍ଷ ଏବଂ ସସ୍ମିତାଙ୍କର ଶୁଭଲକ୍ଷ୍ମୀ ଏଣ୍ଟରପ୍ରାଇଜର୍ସ ନାମରେ ୧ କୋଟି ୫୬ଲକ୍ଷ ଟଙ୍କା ଡିପୋଜିଟ୍‍ କରାଯାଇ ଏହା ମଧ୍ୟ ପରବର୍ତ୍ତୀ ପର୍ୟ୍ୟାୟରେ ଉଠାଯାଇଛି। ଯାହାକୁ ନେଇ ଆୟକର ବିଭାଗ ଧାରା ୧୬୧ ଓ ସେକ୍ସନ୍‍ ୧୪୨ ଅନୁଯାୟୀ ଗତ ତା.୧୪.୦୮.୨୦୧୯ରିଖ ରେ ସସ୍ମିତା ସେଠୀଙ୍କୁ ପୁଣି ହାଜର ହେବା ପାଇଁ ଚିଠି କରିବା ପରେ ଏବେ ସସ୍ମିତା ଏହି ଘଟଣା ନେଇ କିଛି ଲୋକଙ୍କୁ ପଚାରିବା ପରେ ଘଟଣାର ରହସ୍ୟ ପର୍ଦ୍ଦାଫାସ ହୋଇଛି। ସସ୍ମିତା ଓ ତାଙ୍କ ସ୍ୱାମୀଙ୍କ ନାମରେ ୨ଟି ଫାର୍ମ ଖୋଲାଯାଇ କୋଟି କୋଟି ଟଙ୍କା ଡିପୋଜିଟ କରାଯିବା ଘଟଣାରେ ସସ୍ମିତା ଅଭିଯୋଗ କରିଛନ୍ତି ଯେ କଟକର ପବନକୁମାର ଯାଜରିଆ ଓ ବୀରକିଶୋର ଦାସ ତାଙ୍କୁ ଫସାଇ ଦେଇଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories