www.samajalive.in
Monday, December 8, 2025
24.1 C
Bhubaneswar

ସୁସ୍ଥ ଜୀବନ ପାଇଁ ଆବଶ୍ୟକୀୟ ଟିପ୍ସ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଛି। ଫଳରେ ଅନେକ ମାରାତ୍ମକ ରୋଗର କବଳିତ ହେଉଛି। ସ୍ବାସ୍ଥ୍ୟ ଭଲ ରହିବ କି ଖରାପ ଏହା ଆମ ଜୀବନଶୈଳୀ ଉପରେ ନିର୍ଭର କରେ। ଜୀବନଶୈଳୀ ଖରାପ ହେଲେ ସ୍ବାସ୍ଥ୍ୟ ମଧ୍ୟ ଖରାପ ହେବ। ସୁସ୍ଥ ଜୀବନ ଯାପନ ପାଇଁ ଆମକୁ କେତୋଟି କଥା ଉପରେ ଧ୍ୟାନ ଦେବା ଉଚିତ। ତେବେ ଆସନ୍ତୁ ଜାଣିବା ସୁସ୍ଥ ରହିବା ପାଇଁ କିଛି ଆବଶ୍ୟକୀୟ ଟିପ୍ସ-

-ଯେତେ ବ୍ୟସ୍ତ ରହିଲେ ମଧ୍ୟ ସକାଳ ଜଳଖିଆ କରିବାକୁ ଭୁଲନ୍ତୁ ନାହିଁ।
-ସକାଳ ଜଳଖିଆରେ ତଟକା ଫଳମୂଳ, ଜୁସ୍ ଆଦି ସାମିଲ କରନ୍ତୁ।
-ଯଦି ବ୍ୟାୟାମକୁ ନିଜର ଦୈନନ୍ଦିନ ତାଲିକାଭୁକ୍ତ କରୁଛନ୍ତି ତେବେ ଜଣେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ଆଲୋଚନା କରନ୍ତୁ।
-ବିଳମ୍ବିତ ରାତ୍ରିଭୋଜନ ଅଭ୍ୟାସ ବଦଳାନ୍ତୁ। ଏପରି ଅଭ୍ୟାସ ପେଟଜନିତ ସମସ୍ୟାର ମୁଖ୍ୟ କାରଣ ହେବା ସହ ଅନେକ ସମସ୍ୟା ସୃଷ୍ଟି କରିଥାଏ।
-ପ୍ରତିଦିନ ଯୋଗ, ପ୍ରାଣାୟାମ କରିଲେ, ତାହା ଆପଣଙ୍କ ଶରୀରକୁ ଅନେକାଂଶରେ ସୁସ୍ଥ ରଖିଥାଏ।
-ଦୈନନ୍ଦିନ ଖାଦ୍ୟ ତାଲିକାରେ ସବୁଜ ପନିପରିବା ସାମିଲ କରନ୍ତୁ।
-ଏକାଥରେ ଅଧିକ ଖାଦ୍ୟ ନ ଖାଇ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଳ୍ପ ଅଳ୍ପ ଖାଆନ୍ତୁ।
-ଗୋଟିଏ ସ୍ଥାନରେ ଯଦି ଅଧିକ ସମୟ ବସି ରହି କାମ କରିବାକୁ ପଡ଼େ ତେବେ କିଛି ସମୟ ଅନ୍ତରାଳରେ ଠିଆହୋଇ ବୁଲାବୁଲି କରନ୍ତୁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories