www.samajalive.in
Sunday, December 14, 2025
26.1 C
Bhubaneswar

ଋଣ ଛାଡ଼କୁ ନେଇ କମଳନାଥଙ୍କୁ ଘେରିଲେ ଦିଗବିଜୟଙ୍କ ଭାଇ, କହିଲେ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧୀ

ଭୋପାଳ : କୃଷକଙ୍କ ଋଣ ଛାଡ଼ ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଥିବା କଂଗ୍ରେସକୁ ଏବେ ବଡ଼ ଝଟକା ଲାଗିଛି। ଋଣ ଛାଡ଼ ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ କଂଗ୍ରେସକୁ ସେହି ଦଳର ନେତାମାନେ ସମାଲୋଚନା କରିଛନ୍ତି।

ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ଗତ ବର୍ଷ ବିଧାନସଭା ନିର୍ବାଚନରେ କୃଷକଙ୍କ ଋଣ ଛାଡ଼ ପ୍ରତିଶ୍ରୁତି ଦେଇ କଂଗ୍ରେସ କ୍ଷମତାକୁ ଆସିଥିଲା। କଂଗ୍ରେସ ସରକାର ଗଢିବା ପରେ କିଛି କୃଷକଙ୍କ ଋଣ ଛାଡ଼ କରିଥିଲା। ହେଲେ କେତେ କୃଷକଙ୍କ ଋଣ ଛାଡ଼ ହୋଇଛି ତାହା ସଷ୍ଟ ହୋଇନାହିଁ। ରାଜ୍ୟରେ ଏବେ ଏକ ବଡ଼ ସଂଖ୍ୟାର କୃଷକଙ୍କ ଋଣ ଛାଡ଼ ହୋଇନଥିବା ଜଣାପଡିଛି। ଏହାକୁ ନେଇ କଂଗ୍ରେସ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ତଥା କଂଗ୍ରେସ ବିଧାୟକ ଲକ୍ଷ୍ମଣ ସିଂହ ଋଣ ଛାଡ଼ ପ୍ରତିଶ୍ରୁତି ନେଇ କମଳନାଥ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ବିଧାୟକ ଲକ୍ଷ୍ମଣ ସିଂହ ଭୋପାଳର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆମେ ରାଜ୍ୟରେ କୃଷକଙ୍କ ଋଣ ଛାଡ଼ ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇନାହୁଁ। ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ କୃଷକଙ୍କୁ କ୍ଷମା ମାଗିବା ଉଚିତ ଏବଂ ତାଙ୍କୁ ସ୍ପଷ୍ଟ କରିବାକୁ ପଡିବ ଯେ କୃଷକଙ୍କ ଋଣ ଛାଡ଼ ପାଇଁ କେତେ ସମୟ ଲାଗିବ। ଏହାଦ୍ୱାରା ଅସନ୍ତୁଷ୍ଟ କୃଷକ ମହଲକୁ ଏକ ଭଲ ବାର୍ତ୍ତା ଯିବ। ଦଳର ଶୀର୍ଷ ନେତୃତ୍ୱ କେବଳ କିଛି ବିଶିଷ୍ଟ ଲୋକଙ୍କୁ ଭେଟିଥାଏ। ଏଭଳି ଜାରି ରହିଲେ ଦଳ ସହ କ’ଣ ହେବ କହିହେବ ନାହିଁ। ଦଳ ନିଜକୁ ମଜଭୁତ କରିବାକୁ ଚାହୁଁଥିଲେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ଆବଶ୍ୟକ। ଏପରି କଲେ ହିଁ ଦଳ ୨୦୨୪ରେ କ୍ଷମତାକୁ ଫେରିବାରେ ସଫଳ ହେବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories