www.samajalive.in
Sunday, December 14, 2025
26.1 C
Bhubaneswar

ଏଫ୍ଏମ୍ ମେଡିକାଲ୍ କଲେଜ ସମ୍ମୁଖରେ ଯୁବକଙ୍କୁ ଗୁଳି ମାଡ଼ ଘଟଣା : ୪ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲା ରେମୁଣା ଫକୀର ମୋହନ ମେଡିକାଲ୍ କଲେଜ ସମ୍ମୁଖରେ ଯୁବକଙ୍କୁ ଗୁଳି ମାଡ଼ ଘଟଣାରେ ଗୁରୁବାର ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହିତ ସେମାନଙ୍କ ନିକଟରୁ ଗୁଳିକାଣ୍ଡରେ ବ୍ୟବହୃତ ପିସ୍ତଲ ସହ ୫ଟି ଜୀବନ୍ତ ଗୁଳି, ୩ଟି ବାଇକ୍ ଏବଂ ୫ଟି ମୋବାଇଲକୁ ପୁଲିସ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସେକ ଇସାକ୍ ଅଲ୍ଲୀ, ସିଦ୍ଧାର୍ଥ ଶଙ୍କର ବାଗ୍, ରାଜେନ୍ଦ୍ର ପ୍ରଧାନ ଓ ସର୍ବେଶ୍ଵର ମଲ୍ଲିକ। ଅଭିଯୁକ୍ତମାନଙ୍କୁ ଶିଳ୍ପାଞ୍ଚଳ ଥାନା ପୁଲିସ ଚାନ୍ଦିପୁର, ରଣ ସାହି, ଗୋପାଳ ଗାଁ ଓ ସୁଏଲପୁର ଅଞ୍ଚଳରୁ ଗିରଫ କରିଥିବା ଡିଏସପି ପ୍ରଭାସ ଚନ୍ଦ୍ର ପାଲ୍ ଶିଳ୍ପାଞ୍ଚଳ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ସମ୍ଭବ ଓରଫ୍ ବାଦଲ କୁମାର ସାହୁଙ୍କୁ ଗତ ୧୪ ତାରିଖ ରାତି ପ୍ରାୟ ସାଢ଼େ ୯ଟା ସମୟରେ ଦୁର୍ବୃତ୍ତମାନେ ଅତି ନିକଟରୁ ଗୁଳି କରିଥିଲେ। ବାଦଲଙ୍କ ଡାହାଣ ହାତରେ ଗୁଳି ବାଜିଥିଲା। ପ୍ରଥମେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଗୁଳିକାଣ୍ଡରେ ଗୁରୁତରଙ୍କ ପକ୍ଷରୁ ୫ଜଣଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ଏହି ଘଟଣାରେ ୫ରୁ ଅଧିକ ସଂପୃକ୍ତ ଥିବା ପୁଲିସ କହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି।

- Advertisement -

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories