www.samajalive.in
Thursday, December 11, 2025
15.1 C
Bhubaneswar

ବିଧାୟକ ପାଣ୍ଠିରୁ ଟଙ୍କା ହେରଫେର ଘଟଣା : ଅଭିଯୁକ୍ତଙ୍କୁ ଜରିମାନା ସହ ଜେଲ ଦଣ୍ଡାଦେଶ

କଳାହାଣ୍ଡି : କଳାହାଣ୍ଡି ଜିଲାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଟଙ୍କା ହେରଫେର ମାମଲାର ଶୁଣାଣି କରି ନୂଆପଡା ଜିଲାର ବୋଡେନ ବ୍ଲକର ପୂର୍ବତନ ବିଡ଼ିଓ, ୫ ଜଣ କର୍ମଚାରୀ ଏବଂ ଡିଷ୍ଟ୍ରିବ୍ୟୁଟରଙ୍କୁ ଦଣ୍ଡିତ କରିଛନ୍ତି। ପୂର୍ବତନ ବିଡ଼ିଓ ସମେତ ୫ ଜଣ କର୍ମଚାରୀଙ୍କୁ ଏକ ବର୍ଷ ଜେଲ ଓ ୧ ଲକ୍ଷ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଥିବା ବେଳେ ଡିଷ୍ଟ୍ରିବ୍ୟୁଟର ତାରାଚନ୍ଦ ଅଗ୍ରୱାଲଙ୍କୁ ଏକ ବର୍ଷ ଜେଲ ଓ ୨ ଲକ୍ଷ ଟଙ୍କା ଜରିମାନାର ଦଣ୍ଡାଦେଶ ଶୁଣାଇଛନ୍ତି। ବିଧାୟକ ପାଣ୍ଠିରୁ ୧୭ ଟି ଫ୍ରିଜର କିଣାରେ ୮ ଲକ୍ଷ ୬୮ ହଜାର ୮୦୦ ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା।

ସୂଚନା ମୁତାବକ, ବୋଡେନ ବ୍ଲକରେ ୨୦୦୪-୦୫ ଓ ୨୦୦୫-୦୬ ମସିହାରେ ତତ୍କାଳୀନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ପାଣ୍ଠିରୁ ୧୨ଟି ଫ୍ରିଜର କିଣା ଯାଇଥିଲା। ସପ୍ଲାୟର ମେସର୍ସ ରାଜନ କୁମାର ଅଗ୍ରୱାଲଙ୍କ ମାଲିକ ତାରାଚନ୍ଦ ଅଗ୍ରୱାଲ ବୋଡେନ ବ୍ଲକରୁ ଟେଣ୍ଡର ନେଇ ବିଭିନ୍ନ ଅନୁଷ୍ଠାନକୁ ୧୭ ଟି ଫ୍ରିଜର ଯୋଗାଇଥିଲେ। ହେଲେ ଉକ୍ତ ଫ୍ରିଜର ନିମ୍ନମାନର ହୋଇଥିବା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଡିଏସପି ଜଗନ୍ନାଥ ନାୟକ ଏହାର ତଦନ୍ତ କରି ୨୦୦୮ ମସିହା ମାର୍ଚ୍ଚ ୩୧ ତାରିଖରେ ଏକ ମାମଲା ରୁଜୁ କରିଥିଲେ। ପ୍ରତ୍ୟେକ ଫ୍ରିଜର ଦାମ ୮୫ ହଜାର ୫୦୦ ଟଙ୍କା ଥିବାବେଳେ ଟେଣ୍ଡର ମୁତାବକ କ୍ରୟ ହୋଇନଥିଲା। ସମୁଦାୟ ୮ ଲକ୍ଷ ୬୮ ହଜାର ୮୦୦ ଟଙ୍କାର ହେରଫେର ହୋଇଥିବା ବେଳେ ଟିକସ ବାବଦକୁ ୧ଲକ୍ଷ ୬୦ ହଜାର ୩୧୨ ଟଙ୍କା ଠକେଇ ହୋଇଥିଲା। ତତ୍କାଳୀନ ବିଡିଓ ମିହିର ପ୍ରସାଦ ମିଶ୍ର, କ୍ୟାସିଅର ନାଗୁରାମ ମହାନନ୍ଦ, ବ୍ଲକ ଅଡିଟର ରାଜେନ୍ଦ୍ର ତ୍ରିପାଠୀ, ମୁଖ୍ୟ କିରାଣୀ ରବୀନ୍ଦ୍ର ନାଥ ଦାସ, ବରିଷ୍ଠ କିରାଣୀ ଅଚ୍ୟୂତାନନ୍ଦ ରାୟ ଓ ଡିଷ୍ଟ୍ରିବ୍ୟୁଟର ତାରାଚନ୍ଦ ଅଗ୍ରୱାଲ ମିଶି ଷଡଯନ୍ତ୍ର କରି ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ‌ହୋଇଥିଲା। କଳାହାଣ୍ଡି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ବିଧାନ କୁମାର ଚାନ୍ଦ ଏହି ମାମଲାର ଶୁଣାଣି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories