ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଏକ ଝଟ୍କା ଲାଗିଛି। ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଅଜୟ କୁମାର ଗୁରୁବାର ନୂଆଦିଲ୍ଲୀଠାରେ ଆମ୍ ଆଦ୍ମୀ ପାର୍ଟି(ଆପ୍)ରେ ଯୋଗଦେଇଛନ୍ତି। ଏହି ଅବସରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ରହିବା ସହିତ ଅଜୟ କୁମାରଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ଅଜୟ କୁମାର ଗତ ଅଗଷ୍ଟରେ ଝାଡ଼ଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଅଜୟ କୁମାର ଆପ୍ର ସଦସ୍ୟତା ଗ୍ରହଣ କରିବା ପରେ କହିଥିଲେ, ଆପ୍ ପ୍ରକୃତରେ ସାଧାରଣ ଲୋକଙ୍କ ପାର୍ଟି, ଯେଉଁଥିରେ ଯେକେହି ବି ସାମିଲ ହୋଇପାରିବେ ଏବଂ ବିକାଶ ପାଇଁ କାମ କରିପାରିବେ। ଅଜୟ କୁମାର ଜଣେ ପୂର୍ବତନ ଭାରତୀୟ ପୁଲିସ ସେବା(ଆଇପିଏସ) ଅଧିକାରୀ।
କଂଗ୍ରେସକୁ ଝଟ୍କା; ଆପ୍ରେ ମିଶିଲେ ଝାଡ଼ଖଣ୍ଡର ପୂର୍ବତନ ପିସିସି ସଭାପତି
Popular Categories



