www.samajalive.in
Wednesday, December 10, 2025
26.1 C
Bhubaneswar

ଅମିତ ଶାହଙ୍କୁ ଭେଟିଲେ ମମତା; ଏନଆରସିରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ସୁଯୋଗ ଦେବାକୁ ନିବେଦନ କଲେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। କଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ମୁଣ୍ଡ ଉପରେ ସିବିଆଇ ଖଣ୍ଡା ଝୁଲୁଥିବାବେଳେ ତାଙ୍କୁ ସୁରକ୍ଷା ଦେବା ପାଇଁ ମମତା ଅମିତ ଶାହଙ୍କୁ ଭେଟିଥିବା ଚର୍ଚ୍ଚା ଜୋର ଧରିଛି। ରାଜୀବ କୁମାର ମମତାଙ୍କର ଅତି ଘନିଷ୍ଠ ହୋଇଥିବାରୁ ମମତା ତାଙ୍କୁ ରକ୍ଷା କରିବା ଲାଗି ପ୍ରୟାସ କରୁଥିବା ଆଲୋଚନା ହେଉଛି।

ତେବେ ଶାହଙ୍କୁ ଭେଟିବା ପରେ ମମତା କହିଥିଲେ, ପଶ୍ଚିମବଙ୍ଗରେ ଏନଆରସିକୁ ନେଇ ଶାହଙ୍କ ସହିତ କୌଣସି ଆଲୋଚନା ହୋଇନାହିଁ। ସେ ଶାହଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି, ଯେଉଁଥିରେ ଏନଆରସିରୁ ବାଦ୍‌ ପଡ଼ିଥିବା ଲୋକମାନଙ୍କୁ ଆଉ ଏକ ସୁଯୋଗ ଦେବା ଲାଗି ନିବେଦନ କରିଛନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମମତା ୩ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ସେ ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସାକ୍ଷାତକୁ ମମତା ଦୁଇ ସରକାର ମଧ୍ୟରେ ବୈଠକ ବୋଲି ଦର୍ଶାଇଥିଲେ। ରାଜ୍ୟର ବିକାଶ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories