ପୋଦିନା ଚା’ର ଉପଯୋଗିତା
ସ୍ବାସ୍ଥ୍ୟବର୍ଦ୍ଧକ ପୋଦିନା ପତ୍ର ବିଭିନ୍ନ ଭାରତୀୟ ବ୍ୟଞ୍ଜନରେ ବ୍ୟବହୃତ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ତଥ୍ୟ ଅନୁସାରେ ପ୍ରତ୍ୟହ ସକାଳେ ପୋଦିନା ଚା’ ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଅମ୍ଳରୋଗୀଙ୍କ ପାଇଁ ଏହା ଏକ ମହୌଷଧି ହୋଇଥିଲାବେଳେ ଓଜନ ନିୟନ୍ତ୍ରଣରେ ମଧ୍ୟ ଏହା ସହାୟକ। ପେଟର ଚର୍ବି କମ୍ କରିବାକୁ ଚାହୁଁଥିବା ଲୋକେ ପୋଦିନା ଚା’ ପିଇବା ଉଚିତ। ପୋଦିନାରେ ଥିବା ମେନ୍ଥଲ, ମେଥୋନ୍, ମିଥାଇଲ ଆସିଟେଟ୍ ଆଦି ତତ୍ତ୍ବ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ପୋଦିନା ଚା’ ପେଟ ସଫା ରଖିବା ସହ ମସ୍ତିଷ୍କକୁ ଶାନ୍ତ ରଖିଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।