www.samajalive.in
Friday, December 12, 2025
26.1 C
Bhubaneswar

ପୁଣି ବଢ଼ିଲା ପେଟ୍ରୋଲ,ଡିଜେଲ ଦର

ନୂଆଦିଲ୍ଲୀ:ବଢୁଛି ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର । ମଙ୍ଗଳବାର ବୁଧବାର ଦ୍ବିତୀୟ ଦିନ ପାଇଁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ​‌ରେ ଏଭଳି ବୃଦ୍ଧି ଦେଖିବାକୁ ମିଳିଛି । ସାଉଦି ଆରବର ​‌ତୈଳ କମ୍ପାନୀ ସାଉଦୀ ଆରାମ୍‌କୋ ଉପରେ ହୋଇଥିବା ଡ୍ରୋନ୍‌ ଆକ୍ରମଣର ପ୍ରଭାବରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । ଫଳରେ ବଜାରରେ ବୁଧବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ୨୪ ପଇସା ବଢିଛି । ରାଜଧାନୀ ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ଘଟି ୭୨ ଟଙ୍କା ୪୨ ପଇସାରେ ପହଞ୍ଚିଛି । ମଙ୍ଗଳବାର ଏଥିରେ ଲିଟର ପିଛା ୧୪ ପଇସା ବୃଦ୍ଧି ଘଟି ୭୨ ଟଙ୍କା ୧୭ ପଇସା ରହିଥିଲା । ସେହିଭଳି ଆଜି ଡିଜେଲ ମୂଲ୍ୟରେ ଲିଟର ପିଛା ୨୪ ପଇସା ବୃଦ୍ଧି ଘଟି ୬୫ ଟଙ୍କା ୮୨ ପଇସା ଛୁଇଁଛି । ଜୁଲାଇ ୫ ସାଧାରଣ ବଜେଟ୍‌ ପରେ ତେଲ ଦରରେ ଏହା ବୃହତ୍‌ ବୃଦ୍ଧି । ଉତ୍ପାଦ ଶୁଳ୍କରେ ବୃଦ୍ଧି ଯୋଗୁ ବଜେଟ୍‌ ସମୟରେ ​ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୨ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା । ଘରୋଇ ବଜାରରେ ଦର ବୃଦ୍ଧି ଯୋଗୁ ରାଜଧାନୀ ଭୁବନେଶ୍ବରରେ ବୁଧବାର ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୨୬ ପଇସା ବୃଦ୍ଧି ଘଟି ୭୧ ଟଙ୍କା ୫୨ ପଇସା ବୃଦ୍ଧି ହୋଇଛି । ସେହିଭଳି ଡିଜେଲ ମୂଲ୍ୟରେ ଲିଟର ପିଛା ୨୭ ପଇସା ବୃଦ୍ଧି ଘଟି ୭୦ ଟଙ୍କା ୬୮ ପଇସା​‌ରେ ପହଞ୍ଚିଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories