www.samajalive.in
Wednesday, December 10, 2025
26.1 C
Bhubaneswar

ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ – ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ସହ କୌଣସି ଆଲୋଚନା ହେବା ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି। ଭାରତ ପାଇଁ ଜଣେ ମାତ୍ର ପଡ଼ୋଶୀ ରାଷ୍ଟ୍ର ପକ୍ଷରୁ ସ୍ୱତନ୍ତ୍ର ଆହ୍ୱାନ ରହିଛି ଏବଂ ସେହି ପଡ଼ୋଶୀ ରାଷ୍ଟ୍ର ସୀମାପାରି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସ୍ୱାଭାବିକ ପଦକ୍ଷେପ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଏହି ଆହ୍ୱାନ ସବୁବେଳ ପାଇଁ ରହିବ ବୋଲି ସେ କହିଛନ୍ତି। ଜୟଶଙ୍କର ସ୍ପଷ୍ଟ କରିଛନ୍ତି, ପାକିସ୍ତାନ ସହ ୩୭୦ ଧାରା ପ୍ରସଙ୍ଗର କିଛି ଦେଣନେଣ ନାହିଁ। କିନ୍ତୁ ସୀମାପାରି ଆତଙ୍କବାଦ ଏବଂ ପାକିସ୍ତାନ ସହ ପ୍ରଥମ କଥାବାର୍ତ୍ତାରେ ଆତଙ୍କବାଦ ପ୍ରସଙ୍ଗ ଉତ୍‍ଥାପନ କରାଯିବା ବିଷୟକୁ ଭାରତ ଗୁରୁତ୍ୱ ଦେଉଛି।

ସେ କହିଛନ୍ତି, ପାକିସ୍ତାନ ଅଧିକୃତ କାଶ୍ମୀର ଇଲାକା ହେଉଛି ଭାରତର ଅଞ୍ଚଳ ଏବଂ ଦିନେ ନା ଦିନେ ଏହାକୁ ନୂଆଦିଲ୍ଲୀ ଦଖଲ କରିବ, ସେଥିରେ ତିଳେମାତ୍ର ସନ୍ଦେହ ନାହିଁ। ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳ ଭାରତର ବୋଲି ଆଭିମୁଖ୍ୟରେ କଦାପି କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସଂକ୍ରାନ୍ତରେ ଲୋକମାନେ କ’ଣ କହୁଛନ୍ତି, ସେଥିନେଇ ବ୍ୟବସ୍ତ ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି ଜୟଶଙ୍କର କହିଛନ୍ତି। ସେ କହିଛନ୍ତି, କାଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏହି ଆଭିମୁଖ୍ୟକୁ କେହି ହେଲେ ପରିବର୍ତ୍ତନ କରିପାରିବେ ନାହିଁ।

Hot this week

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories