www.samajalive.in
Thursday, December 11, 2025
15.1 C
Bhubaneswar

୨ ବର୍ଷ ପୁଲିସ୍‍ ହେପାଜତରେ ରହିପାରନ୍ତି ଫାରକୁ ଅବଦୁଲ୍ଲା, ପିଏସଏ ଆଇନରେ ହୋଇଛନ୍ତି ଗିରଫ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ରାଜ୍ୟର ଅନେକ ବରିଷ୍ଠ ରାଜନେତା ନଜରବନ୍ଦୀ ଅଛନ୍ତି। ତେବେ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରକୁ ଅବଦୁଲ୍ଲାଙ୍କ ନଜରବନ୍ଦୀଙ୍କୁ ନେଇ ଏକ ବଡ଼ କଥା ସାମ୍ନାକୁ ଆସିଛି। ଫାରକୁ ଅବଦୁଲ୍ଲାଙ୍କୁ ଜନ ସୁରକ୍ଷା ଆଇନ (ପିଏସଏ)ରେ ଗିରଫ କରାଯାଇଛି। ଏହି ଆଇନ ଅନୁସାରେ ବିନା କୌଣସି ଶୁଣାଣିରେ ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ପୁଲିସ୍‍ ହେପାଜତରେ ରଖିପାରିବ।

ଅଗଷ୍ଟ ୫ରେ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ସହ ନ୍ୟାସନାଲ କନଫ୍ରେନ୍ସ ନେତା ଅବଦୁଲାଙ୍କୁ ପୁଲିସ୍‍ ହେପାଜତକୁ ନେଇଛି। ତାଙ୍କୁ ପିଏସଏରେ ହେପାଜତକୁ ନିଆଯାଇଥିବା ଅଧିକାରୀକ ସୂତ୍ରରୁ ଜାଣିବାକୁ ମିଳିଛି। ସୁପ୍ରିମକୋର୍ଟ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲାଙ୍କୁ ଅଦାଲତରେ ହାଜର କରିବାକୁ ହୋଇଥିବା ଏକ ଆବେଦନ ଉପରେ କେନ୍ଦ୍ର ଏବଂ ଜାମ୍ମୁ କାଶ୍ମୀର ପ୍ରଶାସନକୁ ଜବାବ ରଖିବାକୁ କହିଛନ୍ତି। ତାମିଳନାଡୁ ଏମଆଇଡିଏମକେ ନେତା ଭାଇକୋଙ୍କ ପକ୍ଷରୁ ଦାଖଲ ଏହି ଆବେଦନରେ ଚେନ୍ନଇର ଏକ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଅବଦୁଲ୍ଲାଙ୍କୁ ମୁକ୍ତ କରିବାକୁ କୁହାଯାଇଛି। ଭାଇକୋ ଏବଂ ଅବଦୁଲ୍ଲାଙ୍କ ମଧ୍ୟରେ ୪ ଦଶକ ଧରି ଘନିଷ୍ଠ ସମ୍ପର୍କ ରହିଛି। ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‍ତି ମଧ୍ୟ ଅଗଷ୍ଟ ୫ରୁ ପୁଲିସ୍‍ ହେପାଜତରେ ଅଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଜନ ସୁରକ୍ଷା ଆଇନରେ ସୁରକ୍ଷା କାରଣରୁ ସରକାର କୌଣସି ବ୍ୟକ୍ତିଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରଖିପାରିବେ। ୧୯୭୮ରେ ଫାରୁକ ଅବଦୁଲ୍ଲାଙ୍କ ବାପା ଶେଖ ଅବଦୁଲ୍ଲା ଜାମ୍ମୁ କାଶ୍ମୀରରେ ଏହି ଆଇନ ଲାଗୁ କରିଥିଲେ। ଏହି ସମୟରେ ସେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories