www.samajalive.in
Monday, December 8, 2025
13.1 C
Bhubaneswar

‘ସମାଜ’ର ଶତବାର୍ଷିକୀ ଉତ୍ସବ; ରାଜ୍ୟବ୍ୟାପୀ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

କଟକ: ଦୈନିକ ‘ସମାଜ’ ଅକ୍ଟୋବର ୪ ତାରିଖରେ ଶତାୟୁ ହେବ। ଏହି ଅବସରରେ ରବିବାର ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖନ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟା ୧୫ରୁ ୯ଟା ୧୫ ପର୍ଯ୍ୟନ୍ତ କନିଷ୍ଠ ଓ ବରିଷ୍ଠ ବର୍ଗରେ ରାଜ୍ୟର ୩୨୬ଟି କେନ୍ଦ୍ରରେ ଏକ ସାଙ୍ଗରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଛି। କନିଷ୍ଠ (୩ୟରୁ ୫ମ) ଏବଂ ବରିଷ୍ଠ(୬ଷ୍ଠ ଓ ୭ମ)ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ସେହିପରି ସକାଳ ୯ଟା ୧୫ରୁ ୧୦ଟା ୧୫ ପର୍ଯ୍ୟନ୍ତ କେବଳ ବରିଷ୍ଠ ଛାତ୍ରଛାତ୍ରୀ(୮ମରୁ ୧୦ମ)ଙ୍କ ମଧ୍ୟରେ ‘ପ୍ରବନ୍ଧ ଲିଖନ’ ପ୍ରତିଯୋଗିତା ହୋଇଥିଲା। ବରିଷ୍ଠ ବିଭାଗରେ ହେବାକୁ ଥିବା ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ‘ଗୋପବନ୍ଧୁଙ୍କ ଦୃଷ୍ଟିରେ ଛାତ୍ରର କର୍ତ୍ତବ୍ୟ’ ରଖାଯାଇଥିଲା।

- Advertisement -

ଭଦ୍ରକରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତା

ଜଗତସିଂହପୁର ଜିଲା କୁଜଙ୍ଗର ପଙ୍କପାଳସ୍ଥିତ ବିଦ୍ୟାଭାରତୀରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତିଯୋଗୀ

ଜଗତସିଂହପୁର ଜିଲା କୁଜଙ୍ଗର ପଙ୍କପାଳସ୍ଥିତ ବିଦ୍ୟାଭାରତୀରେ ଆୟୋଜିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତିଯୋଗୀ

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories