www.samajalive.in
Monday, December 8, 2025
27.1 C
Bhubaneswar

କାନାଡ଼ାରେ ନିର୍ବାଚନ ଲଢ଼ିବେ ଦୁଇ ଭାରତୀୟ, ଶାସକ ଦଳରୁ ମିଳିଲା ଟିକେଟ

ଜଳନ୍ଧର: କାନାଡ଼ାରେ ଜଷ୍ଟିନ ଟ୍ରୁଡୋଙ୍କ ସରକାରର କାର୍ଯ୍ୟକାଳ ଶେଷ ହୋଇଯାଇଛି। ଆସନ୍ତା ଅକ୍ଟୋବର ୨୧ରେ ଦେଶରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟତଃ ଶାସକ ଲିବେରାଲ ପାର୍ଟି ଏବଂ ବିରୋଧୀ କଞ୍ଜରଭେଟିଭ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବ। ତେବେ ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ଦୁଇ ଜଣ ଭାରତୀୟ। ସେମାନଙ୍କୁ ଶାସକ ଦଳ ଲିବେରାଲ ପାର୍ଟିରୁ ଟିକେଟ ପ୍ରଦାନ କରାଯାଇଛି। ସେମାନେ ହେଲେ ପଞ୍ଜାବର ଜଳନ୍ଧର ଅଞ୍ଚଳର ରମେଶ ସଙ୍ଘା ଏବଂ ମନିନ୍ଦର ସିଦ୍ଧୁ। ରମେଶଙ୍କ ଘର ଲେସଡିୱାଲ ଗାଁରେ ହୋଇଥିବାବେଳେ ମନିନ୍ଦରଙ୍କ ଘର ଶାହକୋଟରେ।

ରମେଶ ସଙ୍ଘା ବର୍ତ୍ତମାନ ଶାସକ ଦଳର ସାଂସଦ ଅଛନ୍ତି। ସେ ବ୍ରାମ୍ପ୍‌ଟନ ସେଣ୍ଟ୍ରାଲରୁ ନିର୍ବାଚିତ ହୋଇଥିଲେ। ସେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଖୁବ ଘନିଷ୍ଠ ଭାବେ ଜଣାଯାଆନ୍ତି। ରମେଶ ଭାରତରେ ୧୯୮୧ରୁ ୧୯୯୪ ମଧ୍ୟରେ କର୍ପୋରେଟ ଆଇନ ସମେତ ଅନ୍ୟାନ୍ୟ ବିଷୟରେ ଓକିଲାତି କରିଥିଲେ। ଏହାପରେ ସେ କାନାଡ଼ା ଚାଲିଯାଇ ସେଠାରେ ମଧ୍ୟ ଓକିଲାତି କରିଥିଲେ।

- Advertisement -

ସେହିପରି ଜଳନ୍ଧର ଶାହକୋଟର ସମାଜସେବୀ ପରିବାରରୁ ଆସିଥିବା ମନିନ୍ଦର ଏଥର ବ୍ରାମ୍ପଟନ ଇଷ୍ଟରୁ ଶାସକ ଦଳରୁ ନିର୍ବାଚନ ଲଢ଼ିବେ। ମନିନ୍ଦର ବିଗତ ୩୦ ବର୍ଷ ଧରି ବ୍ରାମ୍ପ୍‌ଟନରେ ରହୁଛନ୍ତି। ସେ ଦ କାଇଣ୍ଡନେସ୍‌ ମୁଭମେଣ୍ଟ ଚାରିଟିର ପ୍ରତିଷ୍ଠାତା ଅଟନ୍ତି। ସେ କାନାଡ଼ା ଏବଂ ଭାରତର ସ୍କୁଲ ଛାତ୍ରଛାତ୍ର ଏବଂ ଆର୍ଥିକ ସ୍ତରରେ ଦୁର୍ବଳ ଲୋକଙ୍କୁ ସହାୟତା କରିଆସୁଛନ୍ତି। କାନାଡ଼ାରେ ରହୁଥିବା ତାଙ୍କ ମାମୁ ପରମ ସିଦ୍ଧୁ ପଞ୍ଜାବରେ ପ୍ରତିବର୍ଷ ହଜାର ହଜାର ଲୋକଙ୍କର ମାଗଣାରେ ଚକ୍ଷୁ ଅପରେଶନ କରୁଛନ୍ତି। ମନିନ୍ଦର କାନାଡ଼ର ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଅଟନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories