ଏମଭିଆଇ ପରିଚୟ ଦେଇ ଚାନ୍ଦା ମାଗିଲେ ,ପିଟିଲେ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଶନିବାର ଏକ ଯାତ୍ରୀ ବାହୀ ବସ୍ ଉପରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଛନ୍ତି । ନିଜକୁ ଏମଭିଆଇ ପରିଚୟ ଦେଇ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଗାଡ଼ି ଚେକିଂ ବାହାନାରେ ଡ୍ରାଇଭରଙ୍କୁ ଚନ୍ଦା ମାଗିଥିଲେ। ଚାନ୍ଦା ନ ଦେବାରୁ ସେମାନ ଡ୍ରାଇଭର ଓ ତୀର୍ଥଯାତ୍ରୀଙ୍କୁ ମଡ଼ ମାରିଥିଲେ ।
ସୂଚନା ଅନୁଯାୟୀ, ଏକ ତୀର୍ଥଯାତ୍ରୀ ବସ ବିହାରରୁ ତୀର୍ଥଯାତ୍ରୀଙ୍କୁ ନେଇ ଓଡ଼ିଶା ଆସୁଥିଲା । ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ୫ ଜଣ ଦୁର୍ବୃତ୍ତ ବସକୁ ଅଟକାଇ ନିଜକୁ ଏମଭିଆଇ ପରିଚୟଦେଇ ଡ୍ରାଇଭରକୁ ଚନ୍ଦା ମାଗିଥିଲେ । ଚାନ୍ଦା ନ ଦେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଦୁର୍ବୃତ୍ତମାନେ ଡ୍ରାଇଭର ଓ ତୀର୍ଥଯାତ୍ରୀଙ୍କୁ ମାରପିଟ କରିଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ଡ୍ରାଇଭର ଓ ୨ ମହିଳା ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଏହାକୁ ନେଇ ଟୋଲଗେଟ ପାଖରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଲରେ ପହଞ୍ଚି ୫ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖିଛି ।