ଗୋପବନ୍ଧୁ ପାର୍କରେ ଜମୁଛି ଏସଏଚଜି ହାଟ

0

ଟିଟିଲାଗଡ଼ : ମହିଳା ଗୋଷ୍ଠିଙ୍କୁ ଅଗ୍ରାଧିକାର ସହ ପରିବାରର ସମ୍ବଳ ବୃଦ୍ଧି ନେଇ ରାଜ୍ୟ ସରକାର ଅଗ୍ରାଧିକାର ଦେଇଆସିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ତାଙ୍କ ପଞ୍ଚମ ପାଳିରେ ସମ୍ପୁର୍ଣ୍ଣ ଭାବରେ ମହିଳା ଗୋଷ୍ଠିଙ୍କ ଦ୍ୱାରା ପରିଚାଲିତ ଏସଏଚଜି ହାଟର ପରିକଲ୍ପନା କରିଥିଲେ । ଏହା ପ୍ରଥମ ଥର ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନ ମଣ୍ଡଳି ଟିଟିଲାଗଡରେ ସାକାର ହୋଇଛି। ବହୁ ଆଡମ୍ବରରେ ଅଗଷ୍ଟ ମାସ ୩୧ ତାରିଖରେ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ମନ୍ତ୍ରୀ ଶ୍ରୀମତି ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ହାଟ ଆଜି ତୃତୀୟ ପାଳିରେ ଗୋପବନ୍ଧୁ ପାର୍କ ପରିସରରେ ବସିଥିବା ବେଳେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଉତ୍ସାହର ସହ ଶତାଧିକ ମହିଳା ଗୋଷ୍ଠି ନିଜ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ, ବିଭିନ୍ନ ଘରକରଣା ସାମଗ୍ରୀ, ଭୁଗାଟୁପା, ପନିପରିବା, ପିଠାମଣ୍ଡା ଆଦି ପସରା ନେଇ ପାର୍କ ପରିସର ଲୋକଙ୍କ ଗହଳିରେ ପୁରି ଯାଇଛି। ବିଶେଷ କରି ମହିଳା ମାନେ ହାଟରେ ନିତିଦିନିଆ ଜିନିଷ ସହ ସ୍ୱାଦିଷ୍ଟ ବ୍ୟଞ୍ଜନ ପାଇଁ ସମବେତ ହେଉଛନ୍ତି। ପ୍ରତ୍ୟେହ ଶୁକ୍ରବାର ସନ୍ଧ୍ୟାରେ ବସୁଥିବା ଏହି ହାଟ ପାଇଁ ପୌର ପରିଷଦ ପକ୍ଷରୁ ସ୍ଥାନ ସହ ବ୍ୟାପକ ଆଲୋକିକରଣ ବ୍ୟବସ୍ଥା, ବର୍ଷା ପାଇଁ ବିରାଟ ଛତା, ପାନୀୟ ଜଳ ଆଦି ବ୍ୟବସ୍ଥା କରାଯାଇଛି। ପୌର ନିର୍ବାହି ଅଧିକାରୀ ସନ୍ତୋଷ ବେହେରାଙ୍କ ସମେତ ବିଭିନ୍ନ ବିଭାର ସରକାରି ଅଧିକାରୀ ଯନ୍ତ୍ରୀ ହାଟକୁ ବୁଲି ଦେଖି ମହିଳାମାନଙ୍କୁ ଉତ୍ସାହିତ କରିଛନ୍ତି।

Leave A Reply