www.samajalive.in
Wednesday, December 10, 2025
23.1 C
Bhubaneswar

ଖୁବ୍‌ଶୀଘ୍ର ‘ବିକ୍ରମ’କୁ ଅତିକ୍ରମ କରିବ ନାସା ଅର୍ବିଟର

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ସ୍ଥାପନ କରିବା ଇସ୍ରୋ ପାଇଁ ସମ୍ଭବପର ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ବିକ୍ରମ ଚନ୍ଦ୍ରପୃଷ୍ଠରେ ପଡ଼ିରହିଛି। ଇସ୍ରୋର ଅନୁମତି କ୍ରମେ ଆମେରିକାର ମହାକାଶ ସଂସ୍ଥା ନାସା ବି ବିକ୍ରମ ସହିତ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ ଚଳାଇଛି। ନାସା ପ୍ରଥମେ ବିକ୍ରମକୁ ରେଡିଓ ଫ୍ରିକ୍ୟୁଏନ୍ସୀ ମାଧ୍ୟମରେ ‘ହେଲୋ’ ମେସେଜ ପଠାଇଥିବାବେଳେ ଖୁବ୍‌ଶୀଘ୍ର ନାସାର ଚନ୍ଦ୍ରଯାନ ଅର୍ବିଟର ଚନ୍ଦ୍ରପୃଷ୍ଠରେ ପଡ଼ିରହିଥିବା ବିକ୍ରମ ଉପର ଦେଇ ଅତିକ୍ରମ କରିବ ବୋଲି ସୂଚନା ମିଳିଛି। ଆସନ୍ତା ୧୭ ତାରିଖରେ ନାସାର ଅର୍ବିଟର ଏଲଆରଓ ବିକ୍ରମକୁ ଅତିକ୍ରମ କରିବ। ଏହି ସମୟରେ ଅର୍ବିଟର ଯେଉଁ ଫଟୋ ଉତ୍ତୋଳନ କରିବ ସେଥିରୁ ବିକ୍ରମର ସମ୍ପୂର୍ଣ୍ଣ ସ୍ଥିତି ଜଣାପଡ଼ିବ ବୋଲି କୁହାଯାଉଛି। ଚନ୍ଦ୍ରଯାନ-୨ ଅର୍ବିଟର ବିକ୍ରମକୁ ଠାବ କରିଥିଲେ ହେଁ, ସେଥିରୁ ଯେଉଁ ଫଟୋ ନିଆଯାଇଛି ତାହା ଅଧିକ ସ୍ପଷ୍ଟ ନୁହେଁ। କିନ୍ତୁ ନାସାର ଏଲଆରଓ ଅର୍ବିଟରରେ ହାଇ ରିଜୋଲ୍ୟୁଶନ କ୍ୟାମେରା ଲାଗିଥିବାରୁ ତାହା ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ବିକ୍ରମର ସ୍ପଷ୍ଟ ଫଟୋ ନେଇପାରିବ। ନିକଟରେ ନାସାର ଏହି ଅର୍ବିଟର ଚନ୍ଦ୍ରପୃଷ୍ଠରେ ଆପୋଲୋ ୧୧ର ହାଇ କ୍ଲାରିଟି ଫଟୋ ନେଇଥିଲା, ଯେଉଁଥିରେ ୪୦ ବର୍ଷ ତଳେ ଚନ୍ଦ୍ରପୃଷ୍ଠରେ ପାଦ ରଖିଥିବା ମହାକାଶଚାରୀଙ୍କ ପାଦ ଚିହ୍ନ ସ୍ପଷ୍ଟ ଭାବେ ଜଣାପଡ଼ୁଥିଲା। ସେପ୍ଟେମ୍ବର ୧୭ ତାରିଖରେ ଏଲଆରଓ ବିକ୍ରମ ଉପର ଦେଇ ଅତିକ୍ରମ କରିବ ବୋଲି ନାସାର ଗୋଡାର୍ଡ ସ୍ପେଶ ଫ୍ଲାଇଟ ସେଣ୍ଟରର ବୈଜ୍ଞାନିକ ନୋଆ ପେଟ୍ରୋ କହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories