www.samajalive.in
Friday, December 12, 2025
27.1 C
Bhubaneswar

ପୋଷଣ କାର୍ଯ୍ୟକ୍ରମ ଦୂର କରିବ ପୁଷ୍ଟିହୀନତା

ଜମ୍ମୁ: ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ ଉପଦେଷ୍ଟା ଫାରୁକ୍‍ ଖାଁ ଦେଶକୁ ସମୃଦ୍ଧ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ ରଖିବାପାଇଁ ପୁଷ୍ଟିହୀନତାକୁ ଲୋପ କରିବା ସକାଶେ ସମ୍ମିଳିତ ଉଦ୍ୟମ କରିବାଲାଗି ଆହ୍ୱାନ ଦେଇଛନ୍ତି। ଜମ୍ମୁଠାରେ ପୋଷଣ ମାହ-୨୦୧୯କୁ ଉଦ୍‍ଘାଟନ କରିବା ଅବସରରେ ଉଦବୋଧନ ଦେଇ ସେ କହିଛନ୍ତି, ସ୍ୱାଧୀନତା ପ୍ରାପ୍ତିର ୭୦ ବର୍ଷ ପରେ ମଧ୍ୟ ଦେଶରେ ଶିଶୁମାନେ କୁପୋଷଣର ଶିକାର ହେବା ଦୁର୍ଭାଗ୍ୟଜନକ। ପୋଷଣ ଅଭିଯାନ ଅଧୀନରେ ଜନ ଆନ୍ଦୋଳନର ଅଂଶସ୍ୱରୂପ ପୋଷଣ ମାହ-୨୦୧୯ ଆରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ସେ କହିଛନ୍ତି, ପୋଷଣ ମାହ ଦେଶରୁ କୁପୋଷଣ ଲୋପ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି। ଜନସାଧାରଣ ଖାଦ୍ୟ ନିରାପତ୍ତାରୁ ପୁଷ୍ଟି ନିରାପତ୍ତାକୁ ସେମାନଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ପ୍ରତି ସେ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ପ୍ରଥମରୁ କୁପୋଷଣ ବିପକ୍ଷରେ ଲଢ଼େଇ ସ୍ୱରୂପ ସ୍କୁଲ୍‍ ସ୍ତରରୁ ସମସ୍ତ ସ୍ୱାସ୍ଥ୍ୟ ସଂକ୍ରାନ୍ତ ସୁବିଧାଗୁଡ଼ିକୁ ଉପଲବ୍ଧ କରାଯିବା ଉଚିତ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories