www.samajalive.in
Friday, December 12, 2025
27.1 C
Bhubaneswar

୫ମ ଆସେସ୍ ଟେଷ୍ଟ: ଇଂଲଣ୍ଡ ଦଳରୁ ରୟ ବାଦ୍

ଲଣ୍ଡନ୍: ଆସନ୍ତା ୧୨ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆସେସ୍ ସିରିଜ୍‌ର ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳିବ ଘରୋଇ ଇଂଲଣ୍ଡ ଦଳ। ଓଭାଲ୍‌ରେ ଖେଳାଯିବାକୁ ଥିବା ଏହି ଟେଷ୍ଟମ୍ୟାଚ୍ ପାଇଁ ଇଂଲଣ୍ଡ ଦଳରୁ ବାଦ୍ ପଡ଼ିଛନ୍ତି ବ୍ୟାଟ୍‌ସମ୍ୟାନ୍ ଜେସନ୍ ରୟ। ଦିନିକିଆରେ କ୍ରିକେଟ୍‌ରେ ଜଣେ ସୁପରଷ୍ଟାର ଜେସନ୍ ରୟ ଗତ ୪ଟିଯାକ ଟେଷ୍ଟମ୍ୟାଚ୍ ଖେଳିଥିଲେ ହେଁ ବିଫଳ ହୋଇଛନ୍ତି। ରୟଙ୍କୁ ଦଳରୁ ବାଦ୍‌ଦେବା କାହାକୁ ଚକିତ କରିନାହିଁ। କାରଣ ଗତ ୮ଟି ଇନିଂସରେ ଜେସନ୍ ରୟ ମୋଟ ୧୧୦ ରନ୍ କରିଛନ୍ତି। ସେଥିରୁ ମଧ୍ୟକ୍ରମରେ ଖେଳି ଗତ ଟେଷ୍ଟରେ ରୟ ସର୍ବାଧିକ ୩୧ ରନ୍ କରିଥିଲେ। ପୁଣି ଇଂଲଣ୍ଡ ଦଳରୁ ପେସ୍ ବୋଲର କ୍ରେଗ୍ ଓଭରଟନ୍‌ଙ୍କୁ ମଧ୍ୟ ବାଦ୍ ଦିଆଯାଇଛି। ୪ର୍ଥ ଟେଷ୍ଟମ୍ୟାଚ୍‌ରେ ଓଭରଟନ୍ ଖେଳିଥିଲେ ହେଁ ସେପରି ପ୍ରଭାବଶାଳୀ ବୋଲିଂ କରି ପାରିନଥିଲେ। ଫଳରେ ଜେସନ୍ ରୟ ଓ କ୍ରେଗ୍ ଓଭରଟନ୍‌ଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ସାମ୍ କରନ୍ ଓ ପେସ୍ ବୋଲର କ୍ରିସ୍ ୱକ୍‌ସଙ୍କୁ ସାମିଲ କରାଯାଇଛି। କାନ୍ଧରେ ଆଘାତ ଲାଗିଥିବାରୁ ବେନ୍ ଷ୍ଟୋକ୍‌ସ କେବଳ ବ୍ୟାଟ୍‌ସମ୍ୟାନ ଭାବେ ଏହି ଟେଷ୍ଟମ୍ୟାଚ୍ ଖେଳିବେ। ଫଳରେ କ୍ରିସ୍ ୱକ୍‌ସ ଓ ସାମ୍ କରନ୍ ଏହି ​‌େ​‌ଟଷ୍ଟମ୍ୟାଚ୍ ଖେଳିବା ନିଶ୍ଚିତ ଲାଗୁଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରେ ବ୍ୟାଟ୍‌ସମ୍ୟାନ ଟ୍ରାଭିସ୍ ହେଡ୍‌ଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ମିଚେଲ ମାର୍ଶ ସ୍ଥାନ ପାଇଛନ୍ତି। ଗତ ୪ଟି ଟେଷ୍ଟ ପରେ ଅଷ୍ଟ୍ରେଲିଆ ୨-୧ରେ ଆଗୁଆରହି ଆସେସ୍ ବଜାୟ ରଖିଛି। ତେବେ ସିରିଜ୍ ପରାଜୟରୁ ବଞ୍ଚିବାକୁ ହେଲେ ଘରୋଇ ଇଂଲଣ୍ଡକୁ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଜିତିବାକୁ ପଡ଼ିବ। ପୁଣି ୫ମ ଟେଷ୍ଟ ଡ୍ର ରହିଲେ କିମ୍ବା ଅଷ୍ଟ୍ରେଲିଆ ଜିତିଲେ ୨୦୦୧ ପରେ ଘରୋଇମାଟିରେ ଇଂଲଣ୍ଡ ଆସେସ୍ ସିରିଜ୍‌ରେ ପରାଜିତ ହେବ।
ଇଂଲଣ୍ଡ ଦଳ: ଜୋ ରୁଟ୍ (ଅଧିନାୟକ), ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ (ୱିକେଟ ରକ୍ଷକ), ଷ୍ଟୁଆର୍ଟ ବ୍ରଡ୍‌, ରୋରି ବର୍ନସ, ଜୋସ୍ ବଟ୍‌ଲର, ସାମ୍ କରନ୍, ଜୋ ଡେନ୍‌ଲି, ଜ୍ୟାକ୍ ଲିଚ୍, ବେନ୍ ଷ୍ଟୋକ୍‌ସ ଓ କ୍ରିସ୍ ୱକ୍‌ସ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories