www.samajalive.in
Monday, December 8, 2025
14.1 C
Bhubaneswar

ଅଭିଶପ୍ତ ବାର୍ଦ୍ଧକ୍ୟ, ପରିତ୍ୟକ୍ତ ରାସ୍ତାକଡ ସାଜିଛି ବୃଦ୍ଧାଙ୍କ ଘର

ବଲାଙ୍ଗୀର: ସତରେ ଆଜିକାର ସମାଜରେ ଜୀବନ ଏକ ନାଟକ ଓ ଏହି ନାଟକରେ ଅଭିନୟ କରୁଛନ୍ତି ମଣିଷମାନେ। କେତେବେଳେ କିଏ ରାଜପ୍ରାସାଦରେ ରହୁଛି ତ ଆଉ କିଏ ନିଜ ଘର ପାଇଁ ରାସ୍ତାକଡକୁ ବି ବାଛିନେଉଛି। କିଏ ଦାମୀ ସାମଗ୍ରୀ, ଦାମୀ ଖାଇବାରେ ଖୁସି ତ ଆଉ କିଏ ଯାହା ମିଲିଲା ତାହା ଖାଇ ଖୁସି। ସାଧାରଣ ଜୀବନରେ ଏମିତି ଅନେକ ଚରିତ୍ର ସାମ୍ନାକୁ ଆସିଥାନ୍ତି ଖାଲି ଆଖିରେ ଦେଖିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ତାଙ୍କ ପଛରେ ଅନେକ ଦୁଃଖଦ କାହାଣୀ ରହିଥାଏ। କିଏ ପ୍ରକାଶ କରିପାରେ ତ ଆଉ କିଏ ପ୍ରକାଶ କରିନପାରି ନିଜ ହିସାବରେ ଜୀବନ ବିତାଇଥାନ୍ତି। ବଲାଙ୍ଗିର ଏସପିଙ୍କ ଅଫିସ ଓ ବାସଗୃହ କଡରେ ଜଣେ ମହିଳା ଦୀର୍ଘ ଦିନ ହେଲା ପରିତ୍ୟକ୍ତ ଅବସ୍ଥାରେ ରହିଆସୁଛନ୍ତି। କିଏ ଖାଇବାକୁ ଦେଲେ ଭଲ ନଦେଲେ ଭଲ। ନିଜ ବ୍ୟବହାର ସାମଗ୍ରୀ ଧରି ସେ ସେଠାରେ ରହିଛନ୍ତି। ସେଠାରେ ଚୁଲି କରି ରୋଷେଇ କରୁଛନ୍ତି। ନିଜ ହିସାବରେ ଜୀବନ ଜିଉଁଥିବା ବେଳେ କାହା ସହିତ କଥା ବି ହେଉନାହାନ୍ତି। ଇଚ୍ଛା ହେଲେ କାନ୍ଦୁଛନ୍ତି, ଇଚ୍ଛା ହେଲେ ହସୁଛନ୍ତି। ଭାଗ୍ୟକୁ ଆଦରି ରାସ୍ତାକଡକୁ ଘର ଭାବେ ବୃଦ୍ଧା ଜଣକ ବାଛିନେଇଥିବା ବେଳେ ନାଁ ଅଛି ମୁଣ୍ଡ ଉପରେ ଛାତ। ନା ଅଛି ପେଟ ପାଇଁ ମୁଠାଏ ଦାନା। ଏଭଳି ଭାବେ ଜୀବନ ବିତାଉଥିବା ମହିଳାଙ୍କ ସୁରକ୍ଷା ଓ ଥଇଥାନ ପାଇଁ ଲୋକେ ଦାବି କରିଛନ୍ତି।
ବଲାଙ୍ଗୀର-ଟିଟିଲାଗଡ ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା। ଏହି ରାସ୍ତାରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ଓ କାର୍ୟ୍ୟାଳୟକୁ ଲାଗି ତାଙ୍କ ବାସଗୃହ ରହିଛି। ରାସ୍ତାକଡରେ ଖାଲିପଡିଥିବା ଏକ ପରିତ୍ୟକ୍ତ ସ୍ଥାନକୁ ଜଣେ ବୃଦ୍ଧା ମହିଳା ନିଜର ବାସଗୃହ ତିଆରି କରିଛନ୍ତି। ଦୀର୍ଘଦିନ ହେଲା ଏହି ବୃଦ୍ଧା ମହିଳା ଜଣକ ନିଜ ବ୍ୟବହୃତ ସାମଗ୍ରୀ ନେଇ ଏଠାରେ ରହୁଛନ୍ତି। ବାସନ ଠାରୁ ଆରମ୍ଭ କରି ବିଛାଇ ଶୋଇବା ପାଇଁ ବିଛଣା ପର୍ୟ୍ୟନ୍ତ ନେଇ ସେ ରହୁଛନ୍ତି। ଇଚ୍ଛା ହେଲେ ତିଆରି କରିଥିବା ଚୁଲିରେ ରୋଷେଇ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଅବହେଳିତ ବୃଦ୍ଧ-ବୃଦ୍ଧାମାନଙ୍କ ପାଇଁ ଅନେକ ସରକାରୀ ବ୍ୟବସ୍ଥା ଥିବା ସତ୍ୱେ ଏହି ବୃଦ୍ଧା କାହିଁକି ଏଠାରେ ପରିତ୍ୟକ୍ତ ଅବସ୍ଥାରେ ରହୁଛନ୍ତି ତାହା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା। ସ୍ଥାନୀୟ ଭାଷାରେ ସେ କିଛି ଗୁଣୁଗୁଣାଇ ହୋଇ କାନ୍ଦିବାକୁ ଆରମ୍ଭ କରିଥିଲେ। ଅନୁମାନ କରାଯାଉଛି ଯେ ତାଙ୍କୁ କେହି ନିର୍ୟ୍ୟାତନା ଦେଇ ଘରୁ ତଡିଦେଇଥାଇପାରେ। ଅନେକ ଲୋକ ରାସ୍ତା ଦେଇ ଆସୁଛନ୍ତି ଓ ଯାଉଛନ୍ତି। କେହି କେହି ବୃଦ୍ଧାଙ୍କୁ ଦେଖି କିଛି ସମୟ ଅଟକି କିଛି ଖାଇବା ପାଇଁ ଦେଇ ଯାଉଛନ୍ତି। କାହା ପାଖରୁ ବୃଦ୍ଧା ଜଣକ ନେଉଛନ୍ତି ତ ଆଉ କାହାକୁ ମନା କରିଦେଉଛନ୍ତି। କିନ୍ତୁ କେବେ କାହାକୁ ହାତ ପତାଇ ମାଗିନାହାନ୍ତି। କିଏ ଦେଉଛନ୍ତି ତ କିଏ ନ ଦେଇ ହସି ଚାଲିଯାଉଛନ୍ତି ତଥାପି କୌଣସି ଅଭିଯୋଗ ନାହିଁ ବୃଦ୍ଧା ଜଣଙ୍କର। ଏଠାରେ ଆଶ୍ଚର୍ୟ୍ୟର ବିଷୟ ହେଉଛି ଏହି ରାସ୍ତା ଦେଇ ଜିଲାପାଳ, ଏସପି, ପିଡି ଡିଆରଡିଏ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ପ୍ରତ୍ୟହ ଯିବା ଆସିବା କରୁଛନ୍ତି। ନିଶ୍ଚିତ ଭାବେ ବୃଦ୍ଧା ଜଣକଙ୍କ ଉପରେ ସେମାନଙ୍କ ଦୃଷ୍ଟି ପଡିଥିବ! ତଥାପି ବୃଦ୍ଧାଙ୍କୁ ଉଦ୍ଧାର କରି ଆଜି ପର୍ୟ୍ୟନ୍ତ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇନାହିଁ। ତେବେ ବୃଦ୍ଧାଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଉଦ୍ଧାର କରି ପ୍ରଶାସନ ପକ୍ଷରୁ ଥଇଥାନ କରିବା ପାଇଁ ଦାବି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories