www.samajalive.in
Saturday, December 13, 2025
26.1 C
Bhubaneswar

ମୋଦୀ ସରକାରଙ୍କ ଶହେ ଦିନ – ସଫଳତା ବଖାଣୁଛନ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‍.ଡି.ଏ. ଦ୍ୱିତୀୟ ସରକାର ପ୍ରଥମ ୧୦୦ ଦିନ ମଧ୍ୟରେ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି। ସୋମବାରଠାରୁ ଦେଶର ବିଭିନ୍ନ ନଗରୀରେ ଅନେକ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କର ୧୦୦ ଦିନ କାର୍ଯ୍ୟକାଳର ସଫଳତା ବିଷୟରେ ସାମ୍ବାଦିକମାନଙ୍କୁ ଅବଗତ କରାଉଛନ୍ତି। ସଂସଦୀୟ ବ୍ୟାପାର, କୋଇଲା ଓ ଖଣିମନ୍ତ୍ରୀ ପ୍ରହଲାଦ ଯୋଶୀ ପାଣାଜୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ୧୦୦ ଦିନ ସଫଳତା ବିଷୟ ଉଲ୍ଲେଖ କରିଛନ୍ତି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶକୁ ପାଞ୍ଚ ଟ୍ରିଲିୟନ୍‍ ଡଲାର୍‍ ଅର୍ଥନୀତିରେ ପରିଣତ କରିବା ସରକାରଙ୍କ ଯୋଜନା ବିଷୟ ସେ ଆଲୋକପାତ କରିଛନ୍ତି। ସମ୍ବିଧାନର ୩୭୦କ ଓ ୩୫କ ଧାରା ଉଚ୍ଛେଦ ଦ୍ୱାରା ଜାମ୍ମୁ ଓ କାଶ୍ମୀରରେ ଶିଳ୍ପ ବିକାଶ, ନିଯୁକ୍ତି ସୃଷ୍ଟି ଓ ସ୍ୱାସ୍ଥ୍ୟ ସେବାର ଉନ୍ନତି ହେବ ବୋଲି ସେ କହିଛନ୍ତି। ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ଦ୍ୱିତୀୟ କାର୍ଯ୍ୟକାଳର ପାର୍ଲାମେଣ୍ଟର ପ୍ରଥମ ଅଧିବେଶନରେ ମୋଦୀ ସରକାର ସର୍ବାଧିକ ବିଲ୍‍ ପାଶ୍‍ କରାଇଛନ୍ତି।

ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଏବଂ ବିଶ୍ୱ ନେତାମାନଙ୍କ ମଧ୍ୟରେ ତାଙ୍କର ଖ୍ୟାତି ଯୋଗୁଁ ଭାରତର ସ୍ୱର ପ୍ରତି ବିଶ୍ୱସ୍ତରୀୟ ସବୁ ମଞ୍ଚରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ୨୦୨୪ ମସିହା ସୁଦ୍ଧା ପ୍ରତ୍ୟେକ ଘରକୁ ସୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି। ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍‍ ନକ୍‍ବି ଉତ୍ତରପ୍ରଦେଶରେ କହିଛନ୍ତି, ସରକାର ଆଭ୍ୟନ୍ତରୀଣ ଓ ଜାତୀୟ ନିରାପତ୍ତାକୁ ମଜବୁତ କରିବା ପାଇଁ କାମ କରୁଛନ୍ତି। ସେ କହିଛନ୍ତି ଦୁର୍ନୀତି ଓ ଆତଙ୍କବାଦକୁ କଦାପି ସହ୍ୟ କରାଯିବ ନାହିଁ, ଏଣୁ ସରକାର ଏ ଦିଗରେ କଠୋର ପଦକ୍ଷେପ ନେଉଛନ୍ତି।

- Advertisement -

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ବର୍ତ୍ତମାନ ସଂଶୋଧନ କରାଯାଇଥିବା ମୋଟରଯାନ ଆଇନ୍‍ ଦ୍ୱାରା ଦୁର୍ଘଟଣା ହ୍ରାସ ପାଇବ ଏବଂ ଚାଳକମାନଙ୍କ ମଧ୍ୟରେ ଶୃଙ୍ଖଳା ସୃଷ୍ଟି କରିବ। ତିନ୍‍ ତଲାକ୍‍ ଆଇନ୍‍, ଉପାବିଲ୍‍, ଖାଉଟି ସୁରକ୍ଷା ବିଲ୍‍ ଏବଂ ବ୍ୟାଙ୍କ୍‍ ମିଶ୍ରଣ ଭଳି ସରକାର ୧୦୦ ଦିନ ଭିତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ବିଷୟ ସେ ଦର୍ଶାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories