www.samajalive.in
Saturday, December 13, 2025
26.1 C
Bhubaneswar

ଝାଡାବାନ୍ତିରେ ୧ମୃତ, ୨୮ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ମୁରିବାହାଲ: ମୁରିବାହାଲ ବ୍ଳକ ସିରୋଲ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ଟିଟିଲାଗଡ଼,ବଲାଙ୍ଗିର ସନ୍ଥ ଭୀମ ଭୋଇ ମେଡ଼ିକାଲ କଲେଜ ଡ଼ାକ୍ତରଖାନା ଓ ବୁର୍ଲା ମେଡ଼ିକାଲ କଲେଜ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ, ସିରୋଲ ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଖବର ପାଇବା ପରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ାକ୍ତର ସଂଗ୍ରାମକେଶରୀ ନାଏକଙ୍କ ନେତୃତ୍ୱରେ ଏମଏଚୟୁର ୩ଟି ଟିମ ଘରକୁ ଘର ଯାଇ ଆକ୍ରାନ୍ତଙ୍କ ଚିକିତ୍ସା କରିଥିଲେ। ଝାଡାବାନ୍ତିରେ ସିରୋଲା ଗାଁର ଗୋବର୍ଦ୍ଧନ ଛୁରାଙ୍କ ପୁଅ ଗୌତମ ଛୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣଙ୍କୁ ଟିଟିଲାଗଡ଼ ଡ଼ାକ୍ତରଖାନା ଓ ଅନ୍ୟମାନଙ୍କୁ ବଲାଙ୍ଗିର ସନ୍ଥ ଭୀମ ଭୋଇ ମେଡ଼ିକାଲ କଲେଜ ଡ଼ାକ୍ତରଖାନା ଓ ବୁର୍ଲା ମେଡ଼ିକାଲ କଲେଜ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ବଲାଙ୍ଗିରରୁ ଏକ ମେଡ଼ିକାଲ ଟିମ ପହଞ୍ଚି ଚିକିତ୍ସା କରୁଥିବା ବେଳେ ମାଗଣାରେ ଔଷଧ ବଣ୍ଟନ କରାଯାଇ ସଚେତନ କରାଯାଉଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ମୁରିବାହାଲ ମେଡ଼ିକାଲ ଅଫିସର ଡ଼ା.ନାଏକ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories