www.samajalive.in
Friday, December 12, 2025
16.1 C
Bhubaneswar

୨୦୩୦ ସୁଦ୍ଧା ୨୬ ନିୟୁତ ହେକ୍ଟର ଅନୁପଯୁକ୍ତ ଜମିର ହେବ ପୁନରୁଦ୍ଧାର

ନୋଏଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଚତୁର୍ଦ୍ଦଶ କନ୍‍ଫରେନ୍ସ ଅଫ୍‍ ପାର୍ଟିଜ୍‍ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି, ୨୦୩୦ ମସିହା ସୁଦ୍ଧା ଭାରତ ୨୬ ନିୟୁତ ହେକ୍ଟର ଅନୁପଯୁକ୍ତ ଜମିର ପୁନରୁଦ୍ଧାର ଲକ୍ଷ୍ୟ ହାସଲ କରିବ। ବର୍ତ୍ତମାନ ସୁଦ୍ଧା ଭାରତରେ ୨୧ ନିୟୁତ ହେକ୍ଟର ଅନୁପଯୁକ୍ତ ଜମିକୁ ପୁନରୁଦ୍ଧାର କରାଯାଇ ସାରିଲାଣି। ମରୁଭୂମି ରୂପାନ୍ତରିକରଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯିବ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି, ମରୁଭୂମି ରୂପାନ୍ତର ଯୋଗୁଁ ପାଖାପାଖି ବିଶ୍ୱର ଦୁଇ ତୃତୀୟାଂଶ ଦେଶ କ୍ଷତିଗ୍ରସ୍ତ ହୋଇଛନ୍ତି।

ଅନୁପଯୁକ୍ତ ଜମିକୁ ଉପଯୁକ୍ତ କରିବା ପାଇଁ ଜଳାଭାବ ସମସ୍ୟା ଦୂର କରିବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ଯୋଗାଣ, ଜଳ ସେଚନ ବୃଦ୍ଧି ଏବଂ ମୂର୍ତ୍ତିକାର ଆଦ୍ରତା ରକ୍ଷା ଦିଗରେ ପଦକ୍ଷେପ ନିଆଯାଇ ଅନୁପଯୁକ୍ତ ଜମିକୁ ଉପଯୁକ୍ତ ଜମିରେ ପରିଣତ କରାଯିବ। ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ଏବଂ ଜମିର ମାନହ୍ରାସ ସମସ୍ୟାର ଦୂର କରିବା ପାଇଁ ଦକ୍ଷିଣ ଗୋଲାର୍ଦ୍ଧ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି ବୋଲି ମୋଦୀ ମତ ଦେଇଛନ୍ତି। ଅନୁପଯୁକ୍ତ ଜମିକୁ ଉପଯୁକ୍ତ ଜମିରେ ରୂପାନ୍ତରିତ କରିବା ପାଇଁ ବିଶ୍ୱସ୍ତରୀୟ ଜଳକାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସେ ଅନ୍‍କାଡ୍‍ର ନେତାମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

- Advertisement -

ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‍ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଆହ୍ୱାନକୁ ପୁନରାବୃତ୍ତି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ଲାଷ୍ଟିକ୍‍ ସ୍ୱାସ୍ଥ୍ୟ ହାନୀକାରକ ଓ କୃଷି ପାଇଁ ଜମିକୁ ଏହା କ୍ଷତିଗ୍ରସ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ଦେଶରେ ବୃକ୍ଷ ରୋପଣ ଓ ବନୀକରଣ ଶୂନ୍‍ ଦଶମିକ୍‍ ୮ ନିୟୁତ ହେକ୍ଟରକୁ ବୃଦ୍ଧି ପାଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଗତ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ଚତୁର୍ଦ୍ଦଶ କନ୍‍ଫରେନ୍ସ ଅଫ୍‍ ପାର୍ଟିଜ୍‍ର ଏହି ସମ୍ମିଳନୀରେ ଅନୁପଯୁକ୍ତ ଜମିଗୁଡ଼ିକର ପୁର୍ନଉତ୍ଥାନ ପାଇଁ ଆଲୋଚନା ଫଳପ୍ରଦ ହୋଇଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଜାଭଡେକର କହିଛନ୍ତି, ଆସନ୍ତାକାଲି ଦିଲ୍ଲୀ ଘୋଷଣା ନାମା ଜାରି କରାଯିବ ଯାହାକୁ ବିଭିନ୍ନ ଦେଶଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଉତ୍ତରଦାୟୀ ରହିବେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories