www.samajalive.in
Friday, December 12, 2025
23.1 C
Bhubaneswar

ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ରେଳଯାତ୍ରୀଙ୍କ ମୃତ୍ୟୁ

ଝାରସୁଗୁଡା: ଚଳନ୍ତା ଟ୍ରେନରୁ ମୁଣ୍ଡ ବାହାରକରି ଯାତ୍ରା କରିବା କାଳ ପାଲଟିଲା। କ୍ଷଣିକର ଅସାବଧାନତା ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଠାରେ । ହାୱଡ଼ା ମୁମ୍ବାଇ ରେଳପଥ ବେଲପାହାଡ଼ ନୂଆଁପଡ଼ା ଠାରେ ଏକ ଯୁବକଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। ରେଳପଥର ବିଦ୍ୟୁତ ଖୁଣ୍ଟ ନଂ ୫୩୨/୧୮ ରେ ରକ୍ତ ଲାଗିଥିବାବେଳେ ଖୁଣ୍ଟ ନଂ ୫୩୨/୧୬ ରେ ମୃତ ଦେହଟି ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଯୁବକଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ମୃତକ ଜଣଙ୍କର ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଧଳା ରଙ୍ଗର ସାର୍ଟ ଓ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବା ଏହି ମୃତକ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ କେଉଁ ଟ୍ରେନରେ ଯୁବକ ଜଣକ ଯାତ୍ରା କରୁଥିଲା ତାହା ତଦନ୍ତ ଜରୁଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories