www.samajalive.in
Thursday, December 11, 2025
18.1 C
Bhubaneswar

ଅନେକ ସମସ୍ୟାର ସମାଧାନ ସହ ଧନ ବୃଦ୍ଧି କରିବ ବିରି

ସାଧାରଣତଃ ସମସ୍ତେ ଧନୀ ହେବାକୁ ଚାହାନ୍ତି। ଏଥିପାଇଁ କିଏ କେତେ ଉପାୟ ଆପଣାଇ ଥାଆନ୍ତି। ହେଲେ ବେଳେବେଳେ ଅନେକ ଉପାୟ ଅବଲମ୍ବନ କରି ମଧ୍ୟ କୌଣସି ଫଳ ମିଳି ନ ଥାଏ। ତେବେ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ଉପାୟ ରହିଛି ଯାହା ଆପଣଙ୍କୁ ଏହି ସ୍ୱପ୍ନକୁ ପୂରଣ କରିପାରିବ। ସାଧାରଣ ବିରି ଦ୍ୱାରା ଆପଣ ନିଜର ଏପରି ସ୍ୱପ୍ନକୁ ପୂରଣ କରିପାରିବେ। ବିରି କେବଳ ଧନ ଧାନ୍ୟ ବୃଦ୍ଧି ନୁହେଁ ବରଂ କୁଦୃଷ୍ଟିରୁ ମଧ୍ୟ ରକ୍ଷା କରିଥାଏ। ଆସନ୍ତୁ ଜାଣିବା ଅନେକ ସମସ୍ୟାର ସମାଧାନ ସହ ଧନ ବୃଦ୍ଧି ପାଇଁ ବିରିର ଉପଯୋଗ ବିଷୟରେ –

– ଧନ ବୃଦ୍ଧି ଏବଂ ଆର୍ଥିକ ସ୍ଥିତିକୁ ଉନ୍ନତ କରିବା ପାଇଁ ଶନିବାର କିଛି ବିରି, ଅଳ୍ପ ଦହି ଏବଂ ଟିକେ ସିନ୍ଦୁର ନେଇ ଅଶ୍ୱତ୍ଥ ଗଛ ମୂଳରେ ରଖିଦିଅନ୍ତୁ। ଏପରି ଆପଣ ୫ଟି ଶନିବାର ଲଗାତାର ଭାବେ କରନ୍ତୁ। ଏପରି କରିଲେ ଆପଣଙ୍କ ସ୍ୱପ୍ନ ପୂରଣ ହୋଇପାରିବ।

- Advertisement -

– ଯଦି ଆପଣ ମନ ମୁତାବକ ଚାକିରୀ ପାଇବାକୁ ଚାହୁଁଛନ୍ତି, ତେବେ ୩୦୦ ଗ୍ରାମ ବିରିକୁ ଗୁଣ୍ଡ କରିଦିଅନ୍ତୁ। ଏଥିରେ ରୁଟି ପ୍ରସ୍ତୁତ କରି କଳା କପଡ଼ାରେ ବାନ୍ଧି ଶନି ମନ୍ଦିରରେ ରଖିଦିଅନ୍ତୁ। ଏହାଦ୍ୱାରା ଚାକିରୀକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ।

– ଯଦି ଆପଣ ବାଣିଜ୍ୟ, ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ଗୋଟିଏ ମୁଠା ବିରି ନେଇ ମହାଲକ୍ଷ୍ମୀଙ୍କର କୌଣସି ସିଦ୍ଧମନ୍ତ୍ର ଜପ କରନ୍ତୁ। ଏବେ ଏହାକୁ ଏକ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହି ପୁଟୁଳିକୁ ଶୁକ୍ରବାର ଦୋନାକରେ ରଖିଦିଅନ୍ତୁ। ପ୍ରତିଦିନ ଏହାକୁ ଦୀପ ଧୂପ ଦେଇ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ବ୍ୟବସାୟରେ ଉନ୍ନତି ଘଟିବ।

– ଯେଉଁ ଲୋକ ନୂଆ କାମ ଆରମ୍ଭ କରି ସଫଳତା ପାଇବାକୁ ଚାହୁଁଛନ୍ତି, ସେମାନେ ଶନିବାର ନିଜ କାର୍ୟ୍ୟାଳୟ କିମ୍ବା ଦୋକାନରେ କିଛି ବିରିକୁ ନେଇ ବିଞ୍ଚି ଦିଅନ୍ତୁ। ଏହାସହିତ ଦୋକାନ କୋଣରେ ଲୁହା କଣ୍ଟା ରଖିଦିଅନ୍ତୁ। ଏହାଦ୍ୱାରା ନଜର ଦୋଷ ଦୂର ହୋଇଥାଏ।

– ଯଦି ଆପଣଙ୍କ ପାଖରେ ଟଙ୍କା ରହୁନାହିଁ, ତେବେ ଶନିବାର ବିରି ଡାଲିରେ ପକୋଡା ତିଆରି କରି କଳା କୁକୁରକୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଧନ ବୃଦ୍ଧି ହୋଇଥାଏ।

– ବିରି ଡାଲିକୁ ୧୦୧ ଛୋଟ ବଟିକା ପରି କରି ମାଛକୁ ଖାଇବାକୁ ଦେବା ଦ୍ୱାରା ଲାଭ ମିଳିଥାଏ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରେ ବାସ କରିଥାନ୍ତି।

– ଯଦି ପତ୍ନୀ-ପତିଙ୍କ ମଧ୍ୟରେ ମନାନ୍ତର ରହିଛି, ତେବେ ଧଳା ବିରି ଡାଲିରେ ମେହେନ୍ଦୀ ମିଶାଇ ଶୋଇବା ଘରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ।

– ଆପଣଙ୍କ ପିଲାର ମନ ସ୍ଥିର ନରହିଲେ କିମ୍ବା ଆପଣଙ୍କ କଥା ଶୁଣୁ ନ ଥିଲେ ବିରି ଡାଲି, ଗୁଡ, ସୋରିଷ ତେଲର ଦ୍ୱୀପ, ଦୁଇଟି ଲୁହା କଣ୍ଟାକୁ ନେଇ ଅଶତ୍ଥ ଗଛ ତଳେ ରଖିଦିଅନ୍ତୁ। ଏବେ ଏହାକୁ ରଖି ସାତ ଥର ଗଛ ଚାରିପଡେ ବୁଲନ୍ତୁ। ଏପରି ଚାରୋଟି ଶନିବାର କରିବା ଦ୍ୱାରା ପିଲାର ମନ ଧୀରେ ଧୀରେ ସ୍ଥିର ହେବାକୁ ଲାଗିଥାଏ।

 

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories