www.samajalive.in
Wednesday, December 10, 2025
23.1 C
Bhubaneswar

ଜଳାଶୟ ଭିତରେ ଘର

ବଲାଙ୍ଗୀର: ବଲାଙ୍ଗୀରର ତଳି ଅଞ୍ଚଳରେ ଥିବା ଡ୍ୟାମପଡା ବସ୍ତିରେ ରୁହନ୍ତି ପରିବା ବେପାରୀ ଭୀମ ସାହୁ। ୬୦ ବର୍ଷିୟ ଭୀମ, ତାଙ୍କ ସ୍ତ୍ରୀ ଉର୍ମିଳା ଓ ଝିଅ ମହିମା ସାହୁଙ୍କୁ ନେଇ ଏକ କୁଡିଆ ଘରେ ରହିଥାନ୍ତି। ନିଜର ଜମି ଖଣ୍ଡେ ନଥିବାରୁ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ ହେବ ଭୀମ ସାହୁ ଡ୍ୟାମପଡା ବସ୍ତିରେ ରହିଆସୁଛନ୍ତି। ନିଜସ୍ୱ ଜାଗା ନଥିବାରୁ ପୌରପରିଷଦ ପକ୍ଷରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳି ନଥିଲା। ଫଳରେ ନିଜ ଉପାର୍ଜନ ଅନୁସାରେ ଏକ ଛୋଟ ଚାଳ ଛପର ଘର କରି ରହୁଥିଲେ ଭୀମ । କିନ୍ତୁ ବଲାଙ୍ଗୀରରେ ହୋଇଥିବା ବନ୍ୟା ତାଙ୍କ ପାଇଁ ବଇରି ସାଜିଲା।ଗତ ବନ୍ୟାରେ ଲକ୍ଷ୍ମୀଯୋରର ଉଛୁଲା ପାଣି ମାଡିଯାଇଥିଲା। ଫଳରେ ଭୀମଙ୍କ ଘର ଚାରିପଟେ ଏକ ଜଳାଶୟ ଭଳି ପାଣି ଘେରିରହିଥିଲା। ଘରର ସମସ୍ତ ସାମଗ୍ରୀ ନେଇ ସେ କ୍ଲବ ଘରେ ଆଶ୍ରୟ ନେଇଥିଲେ। ଗତ ତିନି ଦିନ ତଳେ ପାଣି କିଛିଟା କମିବା ପରେ ସେ ନିଜ ଘରକୁ ଫେରିଥିବା ବେଳେ ଦୁଇ ଦିନର ଲଗାଣ ବର୍ଷାରେ ପୁଣି ତାଙ୍କ ଘରକୁ ପାଣି ଘେରିଯାଇଥିବା ଦେଖିବାକୁ ମିଲିଛି। ସଂପୂର୍ଣ୍ଣ ଭାବେ ତାଙ୍କ ଘର ପାଣିରେ ଭାସମାନ ଅବସ୍ଥାରେ ରହିଥିବା ବେଳେ ବିଷାକ୍ତ ସାପ କେତେବେଳେ ସେମାନଙ୍କ ଜୀବନ ନେବ ତାହା କହିବା ମୁସ୍କିଲ। ଭୀମ ଆଉ କିଛି କାମ ଧନ୍ଦା କରିପାରୁନାହାନ୍ତି। ଝିଅ ଏକ ସୋରୁମରେ କାମ କରୁଥିବାରୁ ତାଙ୍କ ଉପରେ ନିର୍ଭର କରି ଚଳିଯାଉଛି ପରିବାର। କିନ୍ତୁ ଝିଅର ସ୍ୱଳ୍ପ ରୋଜଗାରରେ ଘର ଖଣ୍ଡେ କରିବା ତ ଦୁରର କଥା ଭଙ୍ଗା ଘରକୁ ମରାମତି କରିବା ବି ସମ୍ଭବପର ନୁହେଁ। ପାଣି ଭୟରେ ଗତ ଦୁଇ ଦିନ ଧରି ପରିବାରର କାହାରି ଆଖିରେ ନିଦ ନଥିବା ବେଳେ କେମିତି ଘେରି ରହିଥିବା ପାଣି ଶୁଖାଇବେ ସେହି ଚିନ୍ତାରେ ପରିବାର ଲୋକ।

 

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories