ଖଡିଆଳ: ନୂଆପଡା ଜିଲା ଖଡିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ନେହେନା ଗ୍ରାମର ଦିନେଶ ନାଏକ(୧୮) ଗତ ୪ତାରିଖ ଦିନ ଅପରାହ୍ନରେ ଘରେ କେହିନଥିବା ସମୟରେ ବିଷପାନ କରିଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଖଡିଆଳ ମିଶନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଶନିବାର ତାଙ୍କର ମୃତ୍ୟୁ ହୋଇଯାଇଛି। ଏନେଇ ଦିନେଶଙ୍କ ବାପା ତ୍ରିଲୋଚନ ନାଏକ ଖଡିଆଳ ଥାନାରେ ଅଭିଯୋଗ କରି ତାଙ୍କ ପୁଅ ଗତ ୧ ବର୍ଷ ଧରି ମସ୍ତିସ୍କ ବିକୃତ ଥିବା ଦର୍ଶାଇଛନ୍ତି। ଖଡିଆଳ ଥାନାରେ ୩୨/୨୦୧୯ରେ ଏକ ମାମଲା ରୁଜୁ ହୋଇ ପୋଲିସ ମୃତଦେହକୁ ଜବତ କରିବାସହ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଚଳାଇଥିବା ଏସଆଇ ଏମ.ଅଲ୍ଲୀ ପ୍ରକାଶ କରିଛନ୍ତି।
Popular Categories



