www.samajalive.in
Friday, December 5, 2025
26.1 C
Bhubaneswar

‘ଯୋଜନା ସମ୍ପର୍କରେ ଜାଣନ୍ତିନି ୯୫% ଜନତା’

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଭାରତ ସରକାର ଅନେକ ଲୋକକୈନ୍ଦ୍ରିକ କଲ୍ୟାଣ ଯୋଜନା ପ୍ରବର୍ତ୍ତନ କରିଛନ୍ତି। ଏହା ମଧ୍ୟରୁ ଅନେକ ଯୋଜନା ଗରିବ, ଦୁର୍ବଳ ଏବଂ ଅବହେଳିତ ଶ୍ରେଣୀର ଲୋକଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା ଏବଂ କଲ୍ୟାଣମୂଳକ ଲାଭ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ। କେତେକ ଯୋଜନା ମଧ୍ୟ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଛି। ହେଲେ ଓଡ଼ିଶାରେ ସଚେତନତା ଅଭାବରୁ ବହୁସଂଖ୍ୟକ ଯୋଗ୍ୟ ଲୋକ ଏହି ସୁବିଧା ପାଇପାରୁନାହାନ୍ତି। ଏପରିକି ଶିକ୍ଷିତ ଓ ଉଚ୍ଚବର୍ଗର ଲୋକଙ୍କ ମଧ୍ୟରେ ଯୋଜନା ସମ୍ପର୍କରେ ଜ୍ଞାନ ଥିବା ସତ୍ତ୍ୱେ ଉଦାସୀନତା କାରଣରୁ ବିଭିନ୍ନ ଯୋଜନାରୁ ବଞ୍ଚିତ ଅଛନ୍ତି। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏନେଇ ସୋମବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନେକ ଗୁରୁତ୍ବପୂର୍ଣ୍ଣ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ରାଜ୍ୟ ସରକାରୀ ଅଧିକାରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଥିବା ନେଇ ରାଜ୍ୟପାଳ ଚିନ୍ତା ବ୍ୟକ୍ତ କରିଛନ୍ତି।

ରାଜଭବନର ନ୍ୟୁ ଅଭିଷେକ ହଲ୍‌ରେ ସାମାଜିକ ନିରାପତ୍ତା ସମ୍ପର୍କିତ ସଚେତନତା ଅଭିଯାନରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ବିଭିନ୍ନ ଜିଲା‌େ‌ର ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ଦେଖିଛନ୍ତି କି, କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନା ବିଷୟରେ ପଚରାଯିବା ସମୟରେ ଅଧିକାଂଶ ଅଧିକାରୀ ଉତ୍ତର କିମ୍ବା କୌଣସି ବିବରଣୀ ଦେଇପାରିଲେ ନାହିଁ। ରାଜ୍ୟର ୫ ପ୍ରତିଶତ ଲୋକ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଜାଣିଥିବାବେଳେ ବାକି ୯୫ ପ୍ରତିଶତ ଲୋକ ଏସବୁ ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି। ଯେଉଁମାନଙ୍କର କିଛି ଜ୍ଞାନ ଅଛି, ସେମାନଙ୍କ ମଧ୍ୟରୁ ବହୁ କମ୍ ଲୋକ ଏହି ସୁବିଧାଗୁଡ଼ିକର ପଞ୍ଜୀକରଣ କରିଛନ୍ତି କିମ୍ବା ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇ ସେ କହିଥିଲେ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାରେ କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ। ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ୍‌ କିଏ ଦେଇ ନ ପାରିବ। ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନାରେ ରାଜ୍ୟର ଅଧିକ ଲୋକ ସାମିଲ ହୁଅନ୍ତୁ। ରାଜଭବନର ସମସ୍ତ କର୍ମଚାରୀଙ୍କୁ ଯୋଗ୍ୟ ସାମାଜିକ କଲ୍ୟାଣ ଯୋଜନାରେ ପଞ୍ଜିକୃତ କରାଯିବ। ଏହା ରାଜ୍ୟର ଲୋକଙ୍କୁ ବିଭିନ୍ନ ଯୋଜନାରେ ସେମାନଙ୍କର ହକ୍ ପାଇବା ପାଇଁ ପ୍ରେରଣାଦାୟକ ହେବ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ଅଟଳ ପେନସନ ଯୋଜନା ଆଦି ସମ୍ପର୍କରେ ସଚେତନ ହେଲେ ଯୋଗ୍ୟ ହିତାଧିକାରୀଙ୍କ ଅଶେଷ କଲ୍ୟାଣ ସାଧନ ହୋଇପାରିବ। ସଚେତନତା ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ଉପରେ ରାଜ୍ୟପାଳ ଗୁରୁତ୍ବ ଦେଇଥିଲେ। ଏହି ସଚେତନତା ଅଭିଯାନ ଶୁଭାରମ୍ଭର ପ୍ରତୀକସ୍ବରୂପ ରାଜ୍ୟପାଳ ରାଜଭବନରେ ୧୦୧ ଜଣ କର୍ମଚାରୀଙ୍କ ଆବେଦନ ପତ୍ର ଷ୍ଟେଟ ବ୍ୟାଙ୍କ, ରାଜଭବନ ଶାଖା ପରିଚାଳକଙ୍କୁ ସେମାନଙ୍କ ନାମ ପଞ୍ଜୀକରଣ ପାଇଁ ପ୍ରଦାନ କରିଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ରାଜଭବନ ଶାଖା ପରିଚାଳକ ସୁନୀତା ବେହେରା କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ, ଆରକ୍ଷୀ ମହାନିର୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଡିଆଇଜି ଏସଟିଏଫ୍ ପିନାକ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ରାଜଭବନର ଅଧିକାରୀ ଏବଂ କର୍ମଚାରୀ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories