ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ଯୁଦ୍ଧରେ ପ୍ରବେଶ କରିଥିବା ଆମେରିକା ମଙ୍ଗଳବାର ଅସ୍ତ୍ରବିରତି ଘୋଷଣା କରିଛନ୍ତି। ସୋମବାର ରାତିରେ ଇରାନ ପକ୍ଷରୁ ଆମେରିକା ଆକ୍ରମଣର ପ୍ରତିଜବାବ ଦିଆଯାଇଥିଲା। ଏହା ପରେ ଆମେରିକା ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା କରୁଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ କହିଛନ୍ତି, ୬ ଘଣ୍ଟା ମଧ୍ୟରେ ଯୁଦ୍ଧ ବିରତି ପ୍ରକ୍ରିୟା ଆରମ୍ଭ ହେବ। ଉଭୟ ଇସ୍ରାଏଲ ଏବଂ ଇରାନ ଏଥିପାଇଁ ସହମତ ଅଛନ୍ତି। ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ବନ୍ଦ ହେବ ବୋଲି ସେ କହିଛନ୍ତି।
ତିନି ଦିନ ତଳେ ଆମେରିକା ପକ୍ଷରୁ ଇରାନର ୩ଟି ପରମାଣୁ ଘାଟି ଉପରେ ଆକ୍ରମଣ କରାଯାଇଥିଲା। ଇରାନର ଫୋର୍ଡୋ, ନତାଞ୍ଜ ଏବଂ ଇସଫହାନ ଘାଟି ଉପରେ ଆମେରିକା ସେନା ଏହାର ବି-୨ ବମ୍ବର ଗୁପ୍ତ ଯୁଦ୍ଧବିମାନ ଜରିଆରେ ୬ଟି ଶକ୍ତିଶାଳୀ ବଙ୍କର ବିଧ୍ବଂସକାରୀ ବୋମା ନିକ୍ଷେପ କରାଯାଇଥିଲା। ଏହାର ଜବାବରେ ଇରାନ ସୋମବାର ରାତିରେ କାତାରରେ ଥିବା ଆମେରିକାର ସବୁଠୁ ବଡ଼ ସୈନ୍ୟ ଘାଟି ଉପରେ ଆକ୍ରମଣ କରିଥିଲା। ଇରାନ ପକ୍ଷରୁ ୬ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହା ପରେ ମଙ୍ଗଳବାର ସକାଳେ ଟ୍ରମ୍ପ ଯୁଦ୍ଧ ବିରତି ଘୋଷଣା କରିଥିଲେ।



