www.samajalive.in
Sunday, December 14, 2025
26.1 C
Bhubaneswar

କାଜିରଙ୍ଗା ଜାତୀୟ ଅଭୟାରଣ୍ୟର ୯୦% ଜଳମଗ୍ନ, ବିପଦରେ ବନ୍ୟଜନ୍ତୁ

ଗୁଆହାଟି : ଆସାମ ବନ୍ୟାରେ ୟୁନିସ୍କୋ ବିଶ୍ୱ ଐତିହ୍ୟସ୍ଥଳ ଘୋଷିତ କାଜିରଙ୍ଗା ଜାତୀୟ ଅଭୟାରଣ୍ୟ ବହୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। କାଜିରଙ୍ଗାର ୯୦% ଜଳମଗ୍ନ ହୋଇଯାଇଛି।
ଏଥିରେ ୧୫୦ରୁ ଊର୍ଦ୍ଧ୍ବ ଶିକାର ନିରୋଧ ଶିବିର ପ୍ରଭାବିତ ହୋଇଛି। ବନ କର୍ମଚାରୀମାନେ ଯନ୍ତ୍ର ଚାଳିତ ଡଙ୍ଗା ଯୋଗେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। କାଜିରଙ୍ଗା ଜାତୀୟ ଅଭୟାରଣ୍ୟର ଗୋଲଘାଟ ଏବଂ ନାଗାଇଁ ଜିଲା ଜଳାର୍ଣ୍ଣବ ହୋଇ ରହିଛି ବୋଲି ଆସାମ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କାଜିରଙ୍ଗାର ଅନେକ ବନ୍ୟଜନ୍ତୁ ବନ୍ୟାରେ ଭାସି ଯାଇଛନ୍ତି। କାଜିରଙ୍ଗାରେ ସର୍ବାଧିକ ଏକ ସିଙ୍ଘିଆ ଗଣ୍ଡା ରହନ୍ତି। ଏହାବାଦ ବାଘ, ହାତୀ ଓ ବଣଭାଲୁ, ମାଙ୍କଡ, କସ୍ତୁରୀ ମୁର୍ଗ ଭଳି ଅନ୍ୟ ପଶୁ କାଜିରଙ୍ଗାରେ ଦେଖାଯାନ୍ତି। ବନ୍ୟାରୁ ବଞ୍ଚିବା ପାଇଁ ଅନେକ ବନ୍ୟଜନ୍ତୁ ଦକ୍ଷିଣ କାର୍ବି ଆଙ୍ଗଲୋଙ୍ଗ ଉଚ୍ଚଭୂମିରେ ଆଶ୍ରୟ ନେଇଛନ୍ତି। କିଛି ପଶୁ ବନ୍ୟାରେ ଭାସି ଯାଇଥିବାବେଳେ ସେମାନଙ୍କୁ ଠାବ କରିବାକୁ ଚେଷ୍ଟା କରାଯାଉଛି। ବନ ବିଭାଗ କର୍ମଚାରୀମାନେ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିଛନ୍ତି ବୋଲି ସୂଚନା ଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories