www.samajalive.in
Saturday, December 6, 2025
15.1 C
Bhubaneswar

ହସ୍ପିଟାଲର ଅବହେଳାରୁ ଚାଲିଗଲା ୯ ନବଜାତକଙ୍କ ଜୀବନ

କୋଟା: ରାଜସ୍ଥାନର କୋଟାରେ ଥିବା ଜେ.କେ. ଲୋନ୍‌ ହସ୍ପିଟାଲରେ ୨୪ ଘଣ୍ଟା ମଧ୍ୟରେ ୯ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଅବହେଳା ଯୋଗୁ ନବଜାତକମାନଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ବିବାଦରେ ପଡ଼ିଛି ହସ୍ପିଟାଲ। ଏହି ଘଟଣାକୁ ନେଇ ସ୍ଥାନୀୟ ଜିଲାପାଳ ହସ୍ପିଟାଲକୁ ରିପୋର୍ଟ ମାଗିବା ସହିତ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ତଦନ ନିର୍ଦେଶ ଦେଇଛନ୍ତି।

ଅନ୍ୟପଟେ ହସ୍ପିଟାଲ ଅଧୀକ୍ଷକ ଡା. ଏସ.ସି. ଦୁଲାରା କହିଛନ୍ତି, ହସ୍ପିଟାଲକୁ ଆସିବା ବେଳେ ୩ ଶିଶୁଙ୍କର ମୃତ୍ୟୁ ହୋଇାରସିଥିଲା। ଆଉ ୩ ଜଣ ଶିଶୁଙ୍କର ଜନ୍ମଜାତ ରୋଗ ଥିଲା ଏବଂ ଅନ୍ୟ ୩ ନବଜାତକଙ୍କର ମୁଣ୍ଡରେ ପାଣି ଜମିଯିବାରୁ ମୃତ୍ୟୁ ଘଟିଥିଲା। ଏଥିରେ ହସ୍ପିଟାଲ ପକ୍ଷରୁ କୌଣସି ଅବହେଳା କରାଯାଇ ନାହିଁ।

- Advertisement -

ଜଣେ ଅଧିକାରୀ କହିଛନ୍ତି, ଜେକେ ଲୋନ୍‌ ହସ୍ପିଟାଲରେ ୧ରୁ ୪ ଦିନର ୫ଟି ନବଜାତ ଶିଶୁଙ୍କର ବୁଧବାର ରାତିରେ ମୃତ୍ୟୁ ହୋଇଛି। ଗୁରୁବାର ସକାଳେ ଅନ୍ୟ ୪ ଶିଶୁଙ୍କର ମୃତ୍ୟୁ ଘଟିଛି। ଗତବର୍ଷ ମଧ୍ୟରେ ଏହି ହସ୍ପିଟାଲରେ ୧୦୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ଏବଂ ଗୁରୁବାର ଘଟଣା ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ତଦନ୍ତ ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ହସ୍ପିଟାଲକୁ ମଧ୍ୟ ରିପୋର୍ଟ ତଲବ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ହସ୍ପିଟାଲରେ ୧୦୦ ଶିଶୁଙ୍କ ମୃତ୍ୟୁ ଘଟିବା ପରେ ଅଶୋକ ଗେହଲଟ୍‌ଙ୍କ ସରକାରକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଭବିଷ୍ୟତରେ ନବଜାତ ଶିଶୁଙ୍କ ପାଇଁ ବ୍ୟବସ୍ଥାରେ ସୁଧାର ଅଣାଯିବ ବୋଲି ସରକାର କହିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଅନୁରୂପ ଘଟଣା ଘଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories