www.samajalive.in
Monday, December 15, 2025
26.1 C
Bhubaneswar

ଟ୍ରଲରରୁ ମିଳିଲା ୩୦ କୁଇଣ୍ଟାଲ ମାଛ, ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବନ ବିଭାଗ

ସମାଜ ନ୍ୟୁଜ୍ ଡେସ୍କ- ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରୁ ବେଆଇନ ମାଛ ଧରୁଥିବା ବେଳେ ଟ୍ରଲର ଜବତ କରାଯିବା ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ । ଅଭୟାରଣ୍ୟର ୧୦ କିଲୋମିଟର ଦୂରରେ ଥିବା ଡେଜ୍ ନାମକ ଏକ ଟ୍ରଲରକୁ ଜବତ କରାଯାଇଛି । ସେଥିରେ ଥିବା ଫିସ୍ ଫାଇଣ୍ଡର, ଭିଏଚଏଫ ଓ ୩୦ କୁଇଣ୍ଟାଲ ମାଛକୁ ଜବତ କରିଛି ବନ ବିଭାଗ । ଅଭୟାରଣ୍ୟରେ ବନ ବନ ବିଭାଗର ପାଟ୍ରୋଲିଂ ଟିମ୍ ହାତରେ ଧରା ପଡ଼ିଥିଲା ଟ୍ରଲର । ଗିରଫ ପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରାପଡ଼ା ସିଜେଏମ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେଲାପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories