www.samajalive.in
Sunday, December 7, 2025
26.1 C
Bhubaneswar

୯ଟି ଦେଶ ପାଖରେ ୧୨ ହଜାର ପରମାଣୁ ଅସ୍ତ୍ର

ନୂଆଦିଲ୍ଲୀ : ବିଶ୍ବର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ ପରମାଣୁ ଅସ୍ତ୍ର ରହିଥିବା ଦି ଷ୍ଟକ୍‌ହୋମ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆରଆଇ) ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ତେହରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ସମୟରେ ଏସ୍‌ଆଇପିଆରଆଇ ତରଫରୁ ଏହି ରିପୋର୍ଟ ଜାରି କରାଯାଇଛି। ସେହିପରି ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏହି ରିପୋର୍ଟକୁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ପରିଗଣିତ କରାଯାଉଛି।

ଏସ୍‌ଆଇପିଆରଆଇ ରିପୋର୍ଟ ଅନୁଯାୟୀ ପରମାଣୁ ଅସ୍ତ୍ର ହାସଲ କରିବାକୁ ବିଶ୍ବର ବିଭିନ୍ନ ଦେଶଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛି ଫଳରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ନିକଟରେ ୫୧୭୭ଟି ପରମାଣୁ ଅସ୍ତ୍ର ଥିବା ବେଳେ ରୁଷ୍‌ ନିକଟରେ ୫୪୫୯ଟି ପରମାଣୁ ଅସ୍ତ୍ର ରହିଛି। ଅନ୍ୟପକ୍ଷରେ ଚୀନ୍ ନିକଟରେ ୬୦୦, ଫ୍ରାନ୍ସ ନିକଟରେ ୨୯୦, ୟୁନାଇଟେଡ୍‌ କିଙ୍ଗଡମ୍‌ ନିକଟରେ ୨୨୫, ଭାରତ ନିକଟରେ ୧୮୦, ପାକିସ୍ତାନ ନିକଟରେ ୧୭୦, ଇସ୍ରାଏଲ ନିକଟରେ ୯୦ ଓ ଉତ୍ତର କୋରିଆ ନିକଟରେ ୫୦ଟି ପରମାଣୁ ଅସ୍ତ୍ର ରହିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ନିଜ ପାଖରେ ଥିବା ପରମାଣୁ ଅସ୍ତ୍ରକୁ ଅଧିକ ଶକ୍ତିଶାଳୀ କରିବା ନେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଗତ ଜାନୁଆରୀ ୧ ସୁଦ୍ଧା ୯ଟି ଦେଶ ନିକଟରେ ୧୨୨୪୧ଟି ପରମାଣୁ ଅସ୍ତ୍ର ରହିଥିବା ବେଳେ ସେଥିମଧ୍ୟରୁ ୩୯୧୨ଟି ପରମାଣୁ ଅସ୍ତ୍ର ବିଭିନ୍ନ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନରେ ଖଞ୍ଜା ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଚୀନ ଅନ୍ୟ ଦେଶଙ୍କ ତୁଳନାରେ ଅଧିକ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରୁଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୨୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷ ବିପୁଳ ପରିମାଣର ପରମାଣୁ ଅସ୍ତ୍ର ପ୍ରସ୍ତୁତ କରି ସାରିଥିବା ଏଥିରେ ଦର୍ଶାଯାଇଛି। ରୁଷ ଓ ଆମେରିକା ନିକଟରେ ବିଶ୍ବର ପ୍ରାୟ ୯୦% ପରମାଣୁ ଅସ୍ତ୍ର ରହିଥିବା ବେଳେ ଏହି ଦୁଇ ଦେଶ କେତେକ ପୁରୁଣା ପରମାଣୁ ଅସ୍ତ୍ରକୁ ନିଷ୍କ୍ରିୟ କରିଥିବା ଜଣାପଡ଼ିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories