www.samajalive.in
Saturday, December 6, 2025
16.1 C
Bhubaneswar

ରାଜ୍ୟରେ ପ୍ରତିଷ୍ଠା ହେବ ୫୬ ନୂଆ କୋର୍ଟ, ସୃଷ୍ଟି ହେବ ୮୪୦ ପଦବୀ

ଭୁବନେଶ୍ଵର: ରାଜ୍ୟରେ ପ୍ରତିଷ୍ଠା ହେବ ୫୬ଟି ନୂଆ କୋର୍ଟ। ନୂଆ କୋର୍ଟ ପାଇଁ ସୃଷ୍ଟି ହେବ ୮୪୦ ପଦବୀ। ରାଜ୍ୟ ଆଇନ ବିଭାଗ ପକ୍ଷରୁ ବୁଧବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସାରେ, ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟ ସହ ଗେଜେଟେଡ୍‌ ଓ ଅଣଗେଜେଟେଡ୍‌ ବର୍ଗର ୮୪୦ ନୂଆ ପଦବୀକୁ ଅନୁମୋଦନ ମିଳିଛି। ଏଥିରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୩ଟି ନୂଆ କୋର୍ଟ ସ୍ଥାପନ କରାଯିବ। ଏହି ଜିଲ୍ଲାର ବଡ଼ସାହି, ବାଙ୍ଗିରିପୋଷୀ, ଶୁଳିଆପଦା, ଖୁଣ୍ଟା, ଗୋପବନ୍ଧୁ ନଗର, ରାଇରଙ୍ଗପୁର କପ୍ତିପଦା, ସୁକ୍ରୁଲି, ଜାମଦା, ବିଜାତୋଳା, ତିରିଙ୍ଗ ଓ କୁସୁମୀଠାରେ ନୂଆ କୋର୍ଟକୁ ଅନୁମୋଦନ ମିଳିଛି। ସେହିପରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ଲେଖାଏଁ ନୂଆ ଅଦାଲତ ସ୍ଥାପନ କରାଯିବ। ଏହା ବ୍ୟତୀତ ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ଜିଲାରେ ନୂଆ କୋର୍ଟ ସ୍ଥାପନ ହେବ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories