www.samajalive.in
Monday, December 8, 2025
24.1 C
Bhubaneswar

କନ୍ଧମାଳରେ ୮ ଜେଲ ଅନ୍ତେବାସୀ କରୋନା ସଂକ୍ରମିତ

ଫୁଲବାଣୀ: କନ୍ଧମାଳରେ ମଙ୍ଗଳବାର ୮ ଜଣ ଜେଲ୍‍ ଅନ୍ତେବାସୀଙ୍କ ସମେତ ୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪୨ ଜଣ ପୁରୁଷ ଥିବା ବେଳେ ୨୦ ଜଣ ମହିଳା ଅଛନ୍ତି। ସର୍ବାଧିକ ୧୭ ଜଣ ବାଲିଗୁଡାରୁ ଚିହ୍ନଟ ହୋଇଥିବା ବେଳେ ଫୁଲବାଣୀରୁ ୩ ଜଣ, ଜି ଉଦୟଗିରିରୁ ୧୨, ଦାରିଙ୍ଗବାଡିରୁ ୨, ଟିକାବାଲିରୁ ୩, କେ ନୁଆଁଗାଁରୁ ୩, କୋଟଗଡରୁ ୬, ତୁମୁଡିବନ୍ଧରୁ ୬, ରାଇକିଆରୁ ୫, ପିରିଙ୍ଗିଆରୁ ୩ ଓ ଖଜୁରିପଡାରୁ ଜଣେ ଅଛନ୍ତି।

ସବୁଠାରୁ ବଡକଥା ହେଉଛି ଜି.ଉଦୟଗିରିରୁ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ୮ ଜଣ ଜି.ଉଦୟଗିରି ଜେଲର ବନ୍ଦି ଅନ୍ତେବାସୀ। ପୂବର୍ରୁ ମଧ୍ୟ ଏହି ଜେଲରୁ ଅନେକ ଅନ୍ତେବାସୀଙ୍କ ସମେତ କର୍ମଚାରୀ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଜେଲ କର୍ତୃପକ୍ଷଙ୍କ ଚିନ୍ତା ବଢିଛି। ଫୁଲବାଣୀ ଜେଲରେ ଆବଶ୍ୟକତା ଠାରୁ ଅଧିକ ବନ୍ଦି ଥିବା ବେଳେ ସଂକ୍ରମିତ ଆଶଙ୍କା ମଧ୍ୟ ରହିଛି। ତେଣୁ ଗତକାଲି ଜେଲ ପରିସରକୁ ଅଗ୍ନୀଶମ ବିଭାଗ ଦ୍ୱାରା ସାନିଟାଇଜ୍‍ କରାଯାଇଥିଲା। ଆଜିର ୬୨ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ବର୍ତମାନ ସୁଦ୍ଧା ମୋଟ ୬୭୮ ସଂକ୍ରମିତ ଚିହ୍ନଟ ହେଲେଣି। ସେଥି ମଧ୍ୟରୁ ୩୭୦ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨ ଜଙ୍କର ମୃତ୍ୟୁ ହୋଇ ଯାଇଛି। ବଳକା ୩୦୬ ଜଣ, କୋଭିଡ୍‍ ହସ୍ପିଟାଲ, କୋଭିଡ୍‍ କେୟାର ସେଂଟରରେ ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଜିଲାର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories