www.samajalive.in
Saturday, December 6, 2025
23.1 C
Bhubaneswar

ବିବାହ ଉତ୍ସବରୁ ଘରକୁ ଫେରୁଥିଲେ, ଟ୍ରକ୍‌ ଚାପାରେ ଚାଲିଗଲା ବରର ୮ ସମ୍ପର୍କୀୟଙ୍କ ଜୀବନ

ବିବାହ ଉତ୍ସବ ସରିଥିଲା। ଏକ ସ୍କର୍ପିଓରେ ବରର ସମ୍ପର୍କୀୟମାନେ ଘରକୁ ଫେରୁଥିଲେ। ରାତି ଅନିଦ୍ରା ଯୋଗୁ ଗାଡ଼ି ଭିତରେ ସେମାନଙ୍କ ଆଖି ଲାଗିଯାଇଥିଲା। କିନ୍ତୁ ସେହି ନିଦ୍ରା ସେମାନଙ୍କର ଶେଷ ନିଦ୍ରା ହେବ ବୋଲି ଜଣା ନ ଥିଲା। ଘରେ ପହଞ୍ଚିବା ଆଗରୁ ଅଧାବାଟରେ ଟ୍ରକ୍‌ ଚାପାରେ ଚାଲିଗଲା ୮ ସମ୍ପର୍କୀୟଙ୍କ ଜୀବନ। ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର କୌଶାମ୍ବୀ ଜିଲା ଅନ୍ତର୍ଗତ ଦେବୀଗଞ୍ଜ ଛକ ନିକଟରେ।

- Advertisement -

ସୂଚନା ଅନୁସାରେ, କୋଖରାଜ ଅଞ୍ଚଳର ଶହଜାଦପୁର ଗାଁ ନିବାସୀ ମୋହନଲାଲ ଗୁପ୍ତାଙ୍କ ପୁଅ ପଙ୍କଜଙ୍କ ବିବାହ ଦେବୀଗଞ୍ଜସ୍ଥିତ ଏକ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ରାତିରେ ବିବାହ ଉତ୍ସବ ଶେଷ ହୋଇଥିଲା। ବିବାହ ଉତ୍ସବ ସରିବା ପରେ ବିଳମ୍ବିତ ରାତିରେ ବରକନ୍ୟା ସମେତ ସମ୍ପର୍କୀୟମାନେ ଘରକୁ ଫେରିଥିଲେ। ରାତି ପ୍ରାୟ ୪ଟାରେ ବରର ଭଉଣି, ଭାଣିଜୀଙ୍କ ସମେତ ପ୍ରାୟ ୧୦ ଜଣ ଏକ ସ୍କର୍ପିଓରେ ଘରକୁ ଫେରୁଥିଲେ।

ବାଟ ଭୁଲିଯିବାରୁ ସ୍କର୍ପିଓ ଡ୍ରାଇଭର ଗାଡ଼ିକୁ କଡ଼ା ରୋଡ୍‌ ବଦଳରେ ଲେହଦରି ଆଡକୁ ନେଇଯାଇଥିଲେ। ଭୁଲ୍‌ ରାସ୍ତାରେ ଯାଉଥିବା ଜାଣି ସେ ଦେବୀଗଞ୍ଜ ଛକ ନିକଟରେ ଗାଡ଼ି ବ୍ରେକ୍‌ ମାରିଥିଲେ। ସେଠାରୁ ୟୁ ଟର୍ନ ନେବା ସମୟରେ ହଠାତ୍‌ ଏକ ଦ୍ରୁତଗାମୀ  ଟ୍ରକ ଭାରସାମ୍ୟ ହରାଇ ସ୍କର୍ପିଓ ଉପରେ ଓଲଟି ପଡ଼ିଥିଲା। କ୍ଷଣିକ ମଧ୍ୟରେ ସବୁ କିଛି ଶେଷ ହୋଇଯାଇଥିଲା।

ଘଟଣାସ୍ଥଳରେ ଟ୍ରକ୍‌ ଚାପାରେ ଡ୍ରାଇଭର ଶିବରାଜ ସରୋଜ(୨୩) ସମେତ ୮ ଜଣ ପ୍ରାଣ ହରାଇଥିଲେ। ୨ ଜଣ ବହୁ କଷ୍ଟରେ ଗାଡ଼ିରୁ ବାହାରି ଆସିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଖବରପାଇ କୋତବାଲି ପୁଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇଥିଲା। ଜେସିବି ସହାୟତାରେ ସ୍କର୍ପିଓ ଭିତରୁ ମୃତଦେହଗୁଡ଼ିକୁ ବାହାର କରାଯାଇଥିଲା। ପୁଲିସ ଘଟଣାର ତଦନ୍ତଚଳାଇଛି। ଘଟଣା ପରେ ଦୁଇ ପରିବାର ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories