www.samajalive.in
Friday, December 5, 2025
20.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣା; ମୋଟ୍‌ ୭ ପୁଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ:  ଗତ ବର୍ଷ ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ମୋଟ୍‌ ୭ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏଥି ମଧ୍ୟରେ ଫିରୋଜପୁର ଜିଲ୍ଲାର ତତ୍କାଳୀନ ପୁଲିସ ଅଧୀକ୍ଷକଙ୍କ ସମେତ ଦୁଇ ଜଣ ଡିଏସପି ର‍୍ୟାଙ୍କର ଅଧିକାରୀ ସାମିଲ ଥିବା ଜଣାପଡ଼ିଛି। କର୍ତ୍ତବ୍ୟରେ ଅବହେଳା ପାଇଁ ପୁଲିସ ମହାନିର୍ଦେଶକ ଏହି ଅଧିକାରୀମାନଙ୍କୁ ନିଲମ୍ବିତ କରିଛନ୍ତି। ୨୦୨୨ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଞ୍ଜାବର ଫିରୋଜପୁର ଗସ୍ତ ସମୟରେ ସୁରକ୍ଷାରେ ତ୍ରୁଟି ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ମାମଲାରେ ତତ୍କାଳୀନ ପୁଲିସ ଅଧୀକ୍ଷକ ତଥା ବର୍ତ୍ତମାନର ଭଟିଣ୍ଡା ଏସପି ଗୁରୁବିନ୍ଦର ସିଂହଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ତାଲିକାରେ ନଭେମ୍ବର ୨୨ ତାରିଖର ଆଦେଶରେ ଆଉ ୬ ଜଣ ପୁଲିସ କର୍ମଚାରୀଙ୍କ ନାମ ତାଲିକାଭୁକ୍ତ ହୋଇଛି। ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଡିଏସପି ର‍୍ୟାଙ୍କର ଅଧିକାରୀ ପାରସନ ସିଂହ ଏବଂ ଜଗଦୀଶ କୁମାର, ଇନ୍ସପେକ୍ଟର ଜତିନ୍ଦର ସିଂହ ଏବଂ ବଲୱିନ୍ଦର ସିଂହ, ସବ୍-ଇନ୍ସପେକ୍ଟର ଜସୱନ୍ତ ସିଂହ ଏବଂ ସହକାରୀ ସବ୍-ଇନ୍ସପେକ୍ଟର ରମେଶ କୁମାରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଗତ ବର୍ଷ ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ବିଧାନସଭା ନିର୍ବାଚନ ପାଇଁ ଏକ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଫିରୋଜପୁର ଗସ୍ତ କରିଥିଲେ। ସେହି ସମୟରେ କୃଷକ ଆନ୍ଦୋଳନ କାରଣରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ୨୦ ମିନିଟ ପର୍ଯ୍ୟନ୍ତ ଫ୍ଲାଏଓଭର ଉପରେ ଅଟକି ରହିଥିଲା।

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories