ବଡ଼ ଖବର:
# ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ ୨୦୧୯ରାଜ୍ୟସଭାରେ ଗୃହିତ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିନେବା ସଂକ୍ରାନ୍ତ ଆଉ ଏକ ପ୍ରସ୍ତାବ ମଧ୍ୟ ଗୃହିତ
# ରାଷ୍ଟ୍ରପତି ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ସାମ୍ବିଧାନିକ ନିର୍ଦ୍ଦେଶ ୨୦୧୯ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ସମ୍ବିଧାନର ଜାମ୍ମୁ କାଶ୍ମୀର ସଂକ୍ରାନ୍ତ ନିର୍ଦ୍ଦେଶ,୧୯୫୪ ସ୍ଥାନରେ ଲାଗୁ ହେବ। ଏହି ନିର୍ଦ୍ଦେଶରେ ଧାରା ୩୬୭ରେ କିଛି ଉପଧାରା ଯୋଡ଼ା ଯାଇଛି।
#ଗତ ମଧ୍ୟରାତ୍ରିରୁ ଜାମ୍ମୁକାଶ୍ମୀରର ଶ୍ରୀନଗର ଓ ଅନ୍ୟ କେତେକ ଜିଲ୍ଲାରେ ଧାରା ୧୪୪ ଅଧୀନରେ କଟକଣା ଲାଗୁ କରିଛନ୍ତି।
# ଶ୍ରୀନଗର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟକାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ଓ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନକୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି।
# ଜାମ୍ମୁ, କିସ୍ତୱାଡ଼ା, ରିଆସି, ଡୋଡ଼ା ଓ ଉଦ୍ଧମପୁର ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜକୁ ମଧ୍ୟ ଆଜି ଛୁଟି ଘୋଷଣା କରାଯାଇଛି। କର୍ତ୍ତୃପକ୍ଷ କିସ୍ତୱାଡ଼ା ଓ ରାଜୌରୀ ଜିଲ୍ଲା ଏବଂ ରାମବନ୍ ଜିଲ୍ଲାର ବନିହାଲ ଅଞ୍ଚଳରେ ରାତ୍ରିକାଳିନ ସାନ୍ଧ୍ୟଆଇନ ଲାଗୁ କରିଛନ୍ତି।
ଆଞ୍ଚଳିକ :
# ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠାରୁ ଡପ୍ଲର୍ ଭେରି ହାଇ ଫ୍ରିକ୍ୱେନ୍ସି ଓମ୍ନି ଡିରେକ୍ସନାଲ୍ ରେଞ୍ଜ୍ ବ୍ୟବସ୍ଥା କାର୍ଯ୍ୟକ୍ରମ ହୋଇଛି। ବିମାନ ବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ବ୍ୟବସ୍ଥା ପାଇଁ ଗତ ଫେବୃୟାରୀ ମାସରୁ ନିର୍ମାଣ କାମ ଆରମ୍ଭ ହୋଇଥିଲା।
# ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ଏକ ଏନ୍କାଉଣ୍ଟର ଘଟଣାରେ ଗାଙ୍ଗପୁର ଅଞ୍ଚଳର କୁଖ୍ୟାତ ଅପରାଧୀ ଗୁରୁପ୍ରସାଦ ସ୍ୱାଇଁ ଆହତ ହୋଇଛି। ଆସିକା ଚାରିମଇଲି ନିକଟରେ ପୁଲିସ୍ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟବେଳେ ଅପରାଧୀ ଗୁରୁପ୍ରସାଦର ଡାହାଣ ଗୋଡ଼ରେ ଗୁଳି ବାଜିଛି।
#କଟକ ମହାନଗର ନାଗରିକ ମହାସଭା ଆନୁକୂଲ୍ୟରେ ଦରଘା ବଜାରସ୍ଥିତ ପ୍ୟାରୀମୋହନ ଏକାଡେମୀ ସ୍କୁଲ୍ ପରିସରରେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ୧୬୮ତମ ଜୟନ୍ତୀ ପାଳିତ ହୋଇଯାଇଛି।
ଜାତୀୟ :
# ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ ୨୦୧୯ରାଜ୍ୟସଭାରେ ଗୃହିତ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିନେବା ସଂକ୍ରାନ୍ତ ଆଉ ଏକ ପ୍ରସ୍ତାବ ମଧ୍ୟ ଗୃହିତ
# ରାଷ୍ଟ୍ରପତି ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ସାମ୍ବିଧାନିକ ନିର୍ଦ୍ଦେଶ ୨୦୧୯ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ସମ୍ବିଧାନର ଜାମ୍ମୁ କାଶ୍ମୀର ସଂକ୍ରାନ୍ତ ନିର୍ଦ୍ଦେଶ,୧୯୫୪ ସ୍ଥାନରେ ଲାଗୁ ହେବ। ଏହି ନିର୍ଦ୍ଦେଶରେ ଧାରା ୩୬୭ରେ କିଛି ଉପଧାରା ଯୋଡ଼ା ଯାଇଛି।
#ଗତ ମଧ୍ୟରାତ୍ରିରୁ ଜାମ୍ମୁକାଶ୍ମୀରର ଶ୍ରୀନଗର ଓ ଅନ୍ୟ କେତେକ ଜିଲ୍ଲାରେ ଧାରା ୧୪୪ ଅଧୀନରେ କଟକଣା ଲାଗୁ କରିଛନ୍ତି।
# ଶ୍ରୀନଗର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟକାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ଓ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନକୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି।
# ଜାମ୍ମୁ, କିସ୍ତୱାଡ଼ା, ରିଆସି, ଡୋଡ଼ା ଓ ଉଦ୍ଧମପୁର ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜକୁ ମଧ୍ୟ ଆଜି ଛୁଟି ଘୋଷଣା କରାଯାଇଛି। କର୍ତ୍ତୃପକ୍ଷ କିସ୍ତୱାଡ଼ା ଓ ରାଜୌରୀ ଜିଲ୍ଲା ଏବଂ ରାମବନ୍ ଜିଲ୍ଲାର ବନିହାଲ ଅଞ୍ଚଳରେ ରାତ୍ରିକାଳିନ ସାନ୍ଧ୍ୟଆଇନ ଲାଗୁ କରିଛନ୍ତି।
#ଉନ୍ନାଓ ବଳାତ୍କାର ଅଭିଯୁକ୍ତ କୁଲଦୀପ ସିଂ ସେନଗରଙ୍କୁ ଆଜି ଦିଲ୍ଲୀର ଏକ ଅଦାଲତରେ ହାଜର କରାଯାଇଛି।
#ଦକ୍ଷିଣ ଗୁଜରାଟ ଓ ମୁମ୍ବଇରେ ପ୍ରବଳ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।
# ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାକରିବାର କୌଣସି କାରଣ ନାହିଁ ବୋଲି ତିହାର ଜେଲ୍ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ୍ କହିଛନ୍ତି, ମଲିକଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାରିତ ଗୁଜବ ସଂପୂର୍ଣ୍ଣ ମିଥ୍ୟା
# ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆଜି ମତଦାନ ଶେଷ ହୋଇଛି।
# ଏମ୍ସ ଓ ସଫଦରଜଙ୍ଗ ହସ୍ପିଟାଲ୍ର ରେସିଡେଣ୍ଟ୍ ଡାକ୍ତରମାନେ ସେମାନଙ୍କର ଧର୍ମଘଟ ପ୍ରତ୍ୟାହାର କରିନେଇ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି।
#ଲଳିତକଳା ଏକାଡେମୀ ଆଜି ଏହାର ୬୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି।
#ତେଲଙ୍ଗାନାରେ ଏକ ସଡ଼କ ଦୁର୍ଘଟଣାରେ ୭ ଜଣ ମହିଳାଙ୍କ ସମେତ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି।
ଆନ୍ତର୍ଜାତୀୟ :
# ଇଜିପ୍ଟର ଜାତୀୟ କର୍କଟରୋଗ ଚିକିତ୍ସା ପ୍ରତିଷ୍ଠାନ ବାହାରେ ଘଟିଥିବା ଏକ ବିସ୍ଫୋରଣରେ ୧୭ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ଆଉ ୩୨ ଜଣ ଆହତ ହୋଇଛନ୍ତି।



