www.samajalive.in
Saturday, December 6, 2025
14.1 C
Bhubaneswar

କଳାହାଣ୍ଡିରେ ୭ କରୋନା ପଜିଟିଭ ଚିହ୍ନଟ, ଜିଲାରେ ୧୦୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭବାନୀପାଟଣା/ମୁଖିଗୁଡା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗଛି। ବିଶେଷ କରି ଭବାନୀପାଟଣା ସହରରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାକୁ ନେଇ ସହରବାସୀ ଚିନ୍ତିତ ହୋଇପଡିଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯ ରେ ପହଞ୍ଚିଛି । ଗତ ୨୧ ତାରିଖ ସଂଧ୍ୟା ସୁଧା କେସିଙ୍ଗା, ଜୟପାଟଣା, କଲମପୁର ବ୍ଲକରେ ୧୫ ଜଣ କରୋନା ସଂକ୍ରମିତ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨ ରେ ପହଞ୍ଚି ଥିଲା। ବୁଧବାର ପୁଣି ଜିଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଭବାନୀପାଟଣା ସହରର ପୁରୁଣାପଡାରେ ୬୩ ବର୍ଷୀୟ ବ୍ୟକ୍ତି କରୋନା ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଶକ୍ତି ନଗର ପଡାର ଜଣେ ମହିଳା (୨୬) ଗଞ୍ଜାମର ଆସ୍କାରୁ ଆସି ହୋମକ୍ୱାରେଣ୍ଟାଇନରେ ଥିଲେ ଓ ତାଙ୍କର ସ୍ୱାବ ନମୁନା କରୋନା ପଜିଟିଭ ଚିହ୍ନଟ ହୋଇଛି। ଠିକ ସେପରି ଭବାନୀପାଟଣାର କସାକେନ୍ଦୁରେ ଜଣେ ୬୦ ବର୍ଷିୟା ମହିଳା ରାଉରକେଲାରୁ ଆସି ହୋମ କ୍ୱାରେଣ୍ଟାଇନରେ ଥିଲେ, ତାଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ ଆସିଛି। ସେପରି ଜୟପାଟଣା ବ୍ଲକର ମୁଖିଗୁଡାରେ ଗଞ୍ଜାମରୁ ଆସି ୧୯ ବର୍ଷୀୟ (ପୁରୁଷ), ୧୫ ବର୍ଷୀୟ ଓ ୮ ବର୍ଷୀୟା (ମହିଳା) ଓ ୨୭ ବର୍ଷୀୟ (ପୁରୁଷ) ରାୟଗଡାରୁ ଆସି ହୋମ୍ କ୍ୱାରେଣ୍ଟାଇନରେ ଥିଲେ ଏହି ୪ ଜଣ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ସମସ୍ତ ୭ ଜଣଙ୍କୁ ଭବାନୀପାଟଣା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି । ଏହି ୭ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହା ପ୍ରଶାସନ ଯାଞ୍ଚ କରୁଥିବା ଜଣାପଡ଼ିଛି।
ଅପର ପକ୍ଷରେ, ଭବାନୀପାଟଣା ସହରର ପୁରୁଣାପଡାର କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତି ସ୍ଥାନୀୟ ସଂକ୍ରାମିତ ହୋଇଥିବା ଓ ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଅନ୍ୟ ପଟେ ମୁଖିଗୁଡାରେ ପ୍ରଶାସନ ସେକ୍ଟର ୩, ଚାରି ଛକ ଓ ସେକ୍ଟର ୧ ରୁ ନିରୁବାୟା ଛକ ପର୍ୟ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବା ବେଳେ ୨୩ ତାରିଖ ସକାଳ ୬ ଘଣ୍ଟା ଠାରୁ ୭୨ ଘଣ୍ଟା ପର୍ୟ୍ୟନ୍ତ ମୁଖିଗୁଡା ସରପଞ୍ଚ ବାସନ୍ତୀ ମାଝୀ ସଟ୍ ଡାଉନ ଘୋଷଣା କରିଛନ୍ତି। ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୯ରେ ପହଞ୍ଚିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories