www.samajalive.in
Friday, December 12, 2025
15.1 C
Bhubaneswar

ଇସ୍ତଫା ଦେଲେ ୭ ବିଧାୟକ, ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କୁ ବଡ଼ ଝଟକା

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଆପ) ତଥା ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ଦଳର ୭ ବିଧାୟକ ଏକକାଳୀନ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେମାନେ ଇସ୍ତଫା ଦେବା ସହିତ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଆଗାମୀ ନିର୍ବାଚନ ଲାଗି ଏହି ବିଧାୟକମାନଙ୍କୁ ଟିକେଟ ମିଳିନାହିଁ। ତେଣୁ ଅସନ୍ତୋଷ ପ୍ରକାଶ ସେମାନେ ଦଳ ଛାଡ଼ିଥିବା କୁହାଯାଉଛି। ଅନ୍ୟପଟେ ଦୁର୍ନୀତି ଯୋଗୁ ସେମାନେ ଦଳ ଛାଡ଼ିଥିବା ବିଧାୟକମାନେ ଦର୍ଶାଇଛନ୍ତି।

ଦଳ ଛାଡ଼ିଥିବା ବିଧାୟକମାନେ ହେଲେ ତ୍ରିଲୋକପୁରୀ ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ରୋହିତ ମହରୌଲିୟା, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବାନଗର ବିଧାୟକ ମଦନଲାଲ, ପାଲମ ବିଧାୟକ ଭାବନା ଗୌଡ଼, ମହରୌଲି ବିଧାୟକ ନରେଶ ଯାଦବ, ଆଦର୍ଶନଗର ବିଧାୟକ ପବନ ଶର୍ମା ଏବଂ ବିଜଓ୍ବାସନ ବିଧାୟକ ବି.ଏସ. ଜୁନ।

- Advertisement -

ମହରୌଲି ବିଧାୟକ ନରେଶ ଯାଦବ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରି ଲେଖିଛନ୍ତି, ସେ ସଚ୍ଚୋଟତାର ସହିତ ରାଜନୀତି କରିବା ଲାଗି ଆପରେ ଯୋଗଦେଇଥିଲେ। କିନ୍ତୁ ଆଜି କେଉଁଠି ବି ସଚ୍ଚୋଟତା ଦେଖିବାକୁ ମିଳୁନାହିଁ। ଦଳ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଦୁର୍ନୀତିରେ ଲିପ୍ତ ହୋଇଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories