ଶ୍ରୀନଗର : କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ(ଡିଡିସି)ର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ରବିବାର ମତଦାନ ଶାନ୍ତିପୂର୍ଣ୍ଣଭାବ ସମ୍ପନ୍ନ ହୋଇଛି। ପ୍ରାୟ ୫୫ ପ୍ରତିଶତ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବା ଜଣାପଡିଛି। ସେଥିମଧ୍ୟରେ କେବଳ ଜାମ୍ମୁ ଡିଭିଜନରେ ୫୬.୯ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ଏହି ଡିଭିଜନର ରାଜୌଡି ଜିଲ୍ଲାରେ ୬୩.୦୭ ପ୍ରତିଶତ, ରାମବନ୍ ଜିଲ୍ଲାରେ ୬୧.୯୧ ପ୍ରତିଶତ ଓ ରିୟାସୀ ଜିଲ୍ଲାରେ ୬୧. ୨୧ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି।
Popular Categories



