www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ବାତିଲ ; ମଥୁରାନଗରୀରେ ଶୁଭିବନି ଆଉ କଂସର ଅଟ୍ଟହାସ୍ୟ

ବରଗଡ : ମଥୁରାନଗରୀରେ ଆଉ ଚଳିତ ବର୍ଷ ଶୁଭିବନି କଂସର ଅଟ୍ଟହାସ୍ୟ। ସେହିପରି ଗୋପପୁର ବି ଝୁରିବ କୃଷ୍ଣଙ୍କ ବାଲ୍ୟଲୀଳା। କରୋନା ମହାମାରୀ ପରିପ୍ରେକ୍ଷୀରେ ଚଳିତ ବର୍ଷର ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ପ୍ରଶାସନ ପକ୍ଷରୁ ବାତିଲ କରିଦିଆଯିବା ପରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି। ରବିବାର ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବର କାର୍ଯ୍ୟକାରିଣୀ କମିଟିର ବୈଠକରେ ଧନୁଯାତ୍ରା ମହୋତ୍ସବ-୨୦୨୧କୁ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, ଧନୁଯାତ୍ରା ନେଇ ରବିବାର ବରଗଡ଼ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ କରୋନା କଟକଣା ବଳବତ୍ତର ରହିଥିବା ପରିପ୍ରେକ୍ଷୀରେ ବୈଠକରେ ସର୍ବସମ୍ମତି କ୍ରମେ ଧନୁଯାତ୍ରା-୨୦୨୧କୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେବା ପାଇଁ ନିଷ୍ପତି ନିଆଯାଇଥିଲା। ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେଉଥିବା ବରଗଡ ଧନୁଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ସମ୍ଭାବନା ରହିଥିବା ପରିପ୍ରେକ୍ଷୀରେ ବୃହତ୍ତ ସ୍ବାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମହୋତ୍ସବ କାର୍ୟ୍ୟକାରିଣୀ କମିଟି ପକ୍ଷରୁ ସୂଚନା ଦିଆଯାଇଛି। କିଛି ବ୍ୟକ୍ତି ମହୋତ୍ସବ ବାତିଲ ନେଇ ଆପତ୍ତି ଜଣାଇଥିଲେ ସୁଦ୍ଧା ବହୁ ଲୋକ ଏହାର ବାତିଲ ସପକ୍ଷରେ ରହିଥିଲେ। କରୋନା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରି ନଥିବା ଏବଂ ଶୀତ ଋତୁରେ ଏହାର ପ୍ରାର୍ଦୁଭାବ ବୃଦ୍ଧି ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ସଂପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମହୋତ୍ସବ ବାତିଲ ଖବର ପରେ କଳାକାର ମହଲରେ ନିରାଶା ଭାବ​‌ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ ବରଗଡ଼ ଧନୁଯାତ୍ରା ବିଶ୍ବର ଅନ୍ୟତମ ବୃହତ୍ତ ମୁକ୍ତ ରଙ୍ଗମଞ୍ଚର ମାନ୍ୟତା ପାଇଛି। ୧୧ ଦିନ ଧରି ହେଉଥିବା ଏହି ଯାତ୍ରାରେ ହଜାର ହଜାର କଳାକାରଙ୍କ ସମାଗମ ହୋଇଥାଏ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories