www.samajalive.in
Monday, December 15, 2025
26.1 C
Bhubaneswar

ଓସାଫି ତରଫରୁ ଷଷ୍ଠ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମ୍ମିଳନୀ

ଭୁବନେଶ୍ୱର -ବିକଶିତ ଓଡ଼ିଶା ର ଲକ୍ଷ୍ୟ ପୁରଣ ପାଇଁ ରାଜ୍ୟର ସମସ୍ତ ପରିବାର ପାଖରେ ବିବିଧ ଆର୍ଥିକ ସେବା ଯଥେଷ୍ଟ ପରିମାଣରେ ପହଞ୍ଚିବା ଆବଶ୍ୟକ । ଅଧିକ ସଂଖ୍ୟକ ଶାଖା ର ଅଭାବ ଯୋଗୁଁ ବ୍ୟାଙ୍କ୍‌ ମାନଙ୍କ ସେବା ଗ୍ରାମାଞ୍ଚଳ ରେ ବିଶେଷ ଭାବେ ପହଞ୍ଚି ପାରୁନାହିଁ । ଏହି ପରିପ୍ରେକ୍ଷୀରେ ରେ ରାଜ୍ୟ ରେ କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ ମାନଙ୍କ ଭୂମିକା ଆତ୍ୟନ୍ତା ଗୁରୁତ୍ୱପୂର୍ଣ୍ଣ ଓ ରଜ୍ୟ ରେ ୮୦ ରୁ ଉର୍ଦ୍ଧ କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ୍‌ , ଆର୍ଥିକ ଅନୁଷ୍ଠାନ କାର୍ଯ୍ୟରତ । ଅନୁଷ୍ଠାନ ସମୂହର ୪୬ ଲକ୍ଷ୍ୟ ମହିଳା ଙ୍କ ପାଖରେ ୨୧, ୭୯୭ କୋଟି ଟଙ୍କା ର ଋଣ ବକେୟା ରହିଛି । ସେଥି ମଧରୁ ୭୧ ଭାଗ ମହିଳା କେବଳ ଗ୍ରମଚଳ ତଥା ଅପହଞ୍ଚ ଅଞ୍ଚଳରେ ବସବାସ କରୁଛନ୍ତି ।

ଓସଫି ପାଖରୁ ସ୍ଥାନୀୟ ରେଳ ଅଡିଟୋରିୟମ୍‌ ଆୟୋଜିତ ଷଷ୍ଠ ରାଜ୍ୟ ସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମ୍ମିଳନୀ ରେ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି ।କାର୍ଯ୍ୟକ୍ରମ କୁ ଭାରତ ସରକାର ଙ୍କ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ୍‌ ର ସାଧାରଣ ପ୍ରବନ୍ଧକ ପ୍ରମୋଦ କୁମାର ଓ ଓସାଫି ର ସଭାପତି ଦିବ୍ୟଜ୍ୟୋତି ପଟ୍ଟନାୟକ ଉଦଘାଟନ କରିଥିଲେ । ଓସଫିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ନରେନ୍ଦ୍ର ନାୟକ ଅନୁଷ୍ଠାନ ର ବାର୍ଷିକ ସଫଳତା ଉପସ୍ଥାପନ କରିଥିଲେ ।

- Advertisement -

ସମ୍ମିଳନୀ ରେ ଦୁଇଟି ଅଧିବେଶନ ରେ ଡିଜିଟାଲ ଫାଇନାନ୍ସ , ଦକ୍ଷତା ବିକାଶ , କ୍ଷୁଦ୍ର ଉଦ୍ୟୋଗ ବିକାଶ ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ରେ ଓଡ଼ିଶା ର ୩୦ ଗୋଟି ଜିଲ୍ଲା ରୁ ୬୦୦ ମହିଳା ଉଦ୍ୟୋଗୀ ଯୋଗ ଦେଇଥିବା ବେଳେ ୩୦ ଜଣ ସଫଳ ମହିଳା ଉଦ୍ୟୋଗୀ ଙ୍କୁ ସମ୍ମାନିତ କରାଯାଇଥିଲା ।
ଶେଷ ରେ ଓସଫିର ବୋର୍ଡ ସଦସ୍ୟ ଶ୍ରୀ ଆଶିଷ କୁମାର ଦାସ ଓ ଯୁଗଳ କିଶୋର ପଟ୍ଟନାୟକ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories