www.samajalive.in
Saturday, December 6, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଗୃହରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ.. କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ସଦସ୍ୟଙ୍କ ଧାରଣା..

ପୁରୀ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ.. ମୃତକ ଝାଡ଼ଖଣ୍ଡ ରାଞ୍ଚିର ବିଶାଲ ଓରାମ ହୋଇଥିବା ସୂଚନା..

- Advertisement -

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ.. ଭାରତକୁ ୩୫୩ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ.. ୫୦ ଓଭରରେ ଅଷ୍ଟ୍ରେଲିଆ ସ୍କୋର- ୩୫୨/୭..

ମଣିପୁରର ଦୁଇ ଛାତ୍ର ହତ୍ୟା ଘଟଣା.. ତଦନ୍ତ ପାଇଁ ଯିବେ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ..

ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ ଦେଓ.. ଅର୍କ କେଶରୀଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ସାମିଲ..

ଆଇଏଏସ ଅଧିକାରୀ ରିଙ୍କୁ ଦୁଗାଙ୍କୁ ବାଧ୍ୟତାମୂଳକ ଅବସର.. କୁକୁର ଚଲାଇବା ପାଇଁ ଖେଳ ପଡ଼ିଆ ଖାଲି କରିବା ପ୍ରସଙ୍ଗରେ ପୂର୍ବରୁ ହୋଇଥିଲେ ବଦଳି..

ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ୍‌‌ ବସ୍‌‌.. ବସ୍‌‌ ଓଲଟି ପିଇଟି ଶିକ୍ଷକଙ୍କ ମୃତ୍ୟୁ.. ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ.. ମୃତ ଶିକ୍ଷକ ଉମରକୋଟ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ପ୍ରଭାସ କୁମାର ଜେନା..

ଆଠଗଡ : ମନ୍ଦିର ପରିସର କୂଅରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର.. ୩ ଦିନରୁ ନିଖୋଜ ଥିଲେ, ତିଗିରିଆ ଥାନାରେ ଏତଲା ହୋଇଥିଲା.. ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ..

ବାଲେଶ୍ୱର : ବୃଦ୍ଧାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଲେ ସୁନା ଅଳଙ୍କାର..

ଆସନ୍ତା ୨୯ ତାରିଖରୁ ଉପକୂଳ ଓ ଦକ୍ଷିଣରେ ବର୍ଷା ପରିମାଣ ବଢ଼ିବ.. ଆସନ୍ତା ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ କେତେକ ସ୍ଥାନରେ ବର୍ଷା ସମ୍ଭାବନା..

ଉତ୍ତର ଇରାକର ହମଦାନିୟା ସହରରେ ବଡ ଅଘଟଣ.. ବିବାହ ସମାରୋହରେ ଅଗ୍ନିକାଣ୍ଡ, ୧୦୦ ମୃତ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories