www.samajalive.in
Thursday, December 11, 2025
18.1 C
Bhubaneswar

ବଜ୍ରପାତରେ ୬ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଞ୍ଚଳରେ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୪ଟାରୁ କାଳ ବୈଶାଖୀ ହୋଇଥିଲା । ଏହି ସମୟରେ ଲଖନପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହିତ ଘଡ଼ଘଡ଼ି, ବିଜୁଳି, ବର୍ଷା ସହିତ କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଥିଲା। ଏହି କାଳ ବୈଶାଖୀର ପ୍ରଭାବରେ ଅଞ୍ଚଳରେ ଶତାଧିକ ପରିବାରଙ୍କ ଘରଦ୍ୱାର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ହୋଇଥିବା କାଳବୈଶାଖୀ ତଥା ବଜ୍ରାଘାତରେ ଲଛିପାଲି ଓ ଜାମଗାଁ ଗ୍ରାମର ୬ ଜଣ ମତ୍ସ୍ୟଜୀବୀ ଗୁରୁତର ହୋଇଥିବା ଜଣାପଡ଼ିଛି । ଏହି ବଜ୍ରାଘାତରେ ମତ୍ସ୍ୟଜିବୀଙ୍କ ମଧ୍ୟରୁ ଲଛିପାଲି ଗ୍ରାମର ୱାର୍ଡ଼ ସଭ୍ୟ ନିତ୍ୟାନନ୍ଦ ମହାନନ୍ଦ (୪୭)ଙ୍କ ସମେତ ତାଙ୍କ ପୁଅ ସୁନୀଲ ମହାନନ୍ଦ(୨୨), ଲଳିତ ମହାନନ୍ଦ (୧୮), ଜ୍ୱାଇଁ ପ୍ରମୋଦ ସିଂହ (୨୮) ଏବଂ ସେହିପରି ଜାମଗାଁ ଗ୍ରାମର କେଶବ ଗଢ଼ୁଆଲ (୫୨) ଓ ତାଙ୍କ ଭାଇ ରୁଷଭ ଗଢ଼ୁଆଲ (୪୫) ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ଯେ, ନିତ୍ୟାନନ୍ଦଙ୍କ ସମେତ ଦୁଇ ପୁଅ ଓ ଜ୍ୱାଇଁ ଏକତ୍ରିତ ହୋଇ ଶୁକ୍ରବାର ମହାନଦୀକୁ ମାଛ ଧରିବାକୁ ଯାଇଥିଲେ । ସେଠାରେ ଥିବା ବେଳେ ହଠାତ୍ ପ୍ରବଳ ମାତ୍ରାରେ ଘଡ଼ଘଡ଼ି ଓ ବିଜୁଳି ମାରିବାରୁ ଏହାର ପ୍ରଭାବରେ ସେମାନେ ଗୁରୁତର ହୋଇଥିଲେ । ଏହି ସମୟରେ ଗ୍ରାମର ଅନ୍ୟ ମତ୍ସ୍ୟଜିବୀମାନେ ସୋମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାରକରି ଗ୍ରାମକୁ ଆଣିବା ସହ ରେଙ୍ଗାଲି ଓ ଲଖନପୁରର ୧୦୮ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ସଦର ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିବା ପ୍ରକାଶ । ସେହିପରି ଜାମଗାଁର କେଶବ ଓ ରୁଷଭ ଦୁଇ ଭାଇ ମଧ୍ୟ ମହାନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ଘଡ଼ଘଡ଼ି ଓ ବିଜୁଳିର ପ୍ରଭାବରେ ଆହତ ହୋଇଥିବା ଜଣାପଡ଼ିଛି । ଗ୍ରମାବସୀଙ୍କ ସହାର୍ଯ୍ୟରେ ଆହତ ଦୁଇ ଭାଇଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡା ସଦର ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା ଜଣାପଡ଼ିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଆହତ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଥିବା ସହିତ ସେମାନଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories