www.samajalive.in
Wednesday, December 10, 2025
18.1 C
Bhubaneswar

ଜିଲାସ୍ତରୀୟ ଆମ୍ବ ମହୋତ୍ସବ ଉଦଘାଟିତ ; ଆମ୍ବ ବଜାର ବୁଲିଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର : ବଲାଙ୍ଗିର କୋଶଳ କଲାମଣ୍ଡଳ ପଡିଆରେ ଜିଲାସ୍ତରୀୟ ଆମ୍ବ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉଦ୍ୟାନ ବିଭାଗ ଓ ଓରମାସର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଆମ୍ବ ମହୋତ୍ସବକୁ ବଲାଙ୍ଗିର ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଶୁକ୍ରବାରରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଜିଲାର ବଡ ଆମ୍ବଚାଷୀ ମାନଙ୍କୁ ବିକ୍ରୟ କରିବା ପାଇଁ ସୁଯୋଗ ଦିଆଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ସମୁଦାୟ ୪୦ ଜଣ ଚାଷୀଙ୍କୁ ଏହି ମହୋତ୍ସବରେ ସାମିଲ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇ ଦିନ ପର୍ଯ୍ୟନ୍ତ ୨୦ ଜଣ ଚାଷୀ ନିଜ ଆମ୍ବ ଆଣି ଏଠାରେ ପ୍ରଦର୍ଶନ ସହ ବିକ୍ରୟ କରିବାକୁ ଥିବା ବେଳେ ଆଉ ୨୦ ଜଣ ଚାଷୀ ମହୋତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦର୍ଶନ ସହ ଆମ୍ବ ବିକ୍ରୟ କରିବାର ବ୍ୟବସ୍ଥା କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ସେହିପରି ଏହି ମହୋତ୍ସବରେ ଅଲଫାନସୋରୁ ଆରମ୍ଭ କରି ଆମ୍ରପଲ୍ଲି ପର୍ଯ୍ୟନ୍ତ ପ୍ରାୟ ୧୦ରୁ ଅଧିକ ପ୍ରଜାତିର ଆମ୍ବକୁ ସାମିଲ କରାଯାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ଓରମାସ ଅଧିକାରୀ ବିମଳେନ୍ଦୁ ପଲ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସଂସ୍କୃତି ଅଧିକାରୀ ବିଜୟ ଶତପଥୀଙ୍କ ସମେତ ଓରମାସ ଓ ଉଦ୍ୟାନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ସେହିପରି ଜିଲାସ୍ତରୀୟ ଆମ୍ବ ମହୋତ୍ସବକୁ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ବୁଲି ଦେଖିଥିଲେ। ମହୋତ୍ସବରେ ଭାଗ ନେଇଥିବା ଆମ୍ବ ଚାଷୀ ମାନଙ୍କ ସହିତ ଆମ୍ବଚାଷ ଏବଂ ତାର ବଜାରକୁ ନେଇ ସବିଶେଷ ଆଲୋଚନା କରିଥିଲେ। ଜିଲାରେ ଆମ୍ବ ପ୍ରଚୁର ପରିମାଣରେ ଉତ୍ପାଦନ ହେଉଥିବା ସତ୍ୱେ ଏହାର ଅଭାବି ବିକ୍ରୀକୁ ନେଇ ଶ୍ରୀ ମିଶ୍ରଙ୍କ ଆଗରେ ଅଭିଯୋଗ କରିଥିଲେ। ସେହିପରି ଆମ୍ବ ଚାଷ ପାଇଁ ଦରକାର ହେଉଥିବା ସରକାରୀ ସୁବିଧା ସୁଯୋଗର ଅଭାବ ଯୋଗୁଁ ଆମ୍ବ ଚାଷୀମାନେ କ୍ରମାଗତ ଭାବେ ଆର୍ଥିକ କ୍ଷତି ସହୁଥିବା ମଧ୍ୟ ଅଭିଯୋଗ କରିଥିଲେ। ତେବେ ଚାଷୀଙ୍କ ସମସ୍ୟାକୁ ନେଇ ସେ ସରକାରଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରିବା ପାଇଁ ଆମ୍ବଚାଷୀ ମାନଙ୍କୁ ପ୍ରତିଶୃତି ଦେଇଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ପ୍ରଶଂସା କରିଥିଲେ। ତେବେ ରାଜ୍ୟ ସରକାରଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ଜିଲାସ୍ତରରେ ଆମ୍ବ ମହୋତ୍ସବ ଆରମ୍ଭ ହୋଇଛି। ଏହାଦ୍ୱାରା ଅନେକ ଛୋଟବଡ ଚାଷୀ ବ୍ୟବସାୟ କରିବାର ଏକ ସୁଯୋଗ ସୃଷ୍ଟି କରିବା ସହିତ ଏହି ଉତ୍ସବ ଚାଷୀ ମାନଙ୍କୁ ଆମ୍ବ ଚାଷ ପ୍ରତି ଆକୃଷ୍ଟ କରିବାରେ ମଧ୍ୟ ସହଯୋଗ କରିବ ବୋଲି ଜିଲାପାଳ ଅରିନ୍ଦମ ଡାକୁଆ ପ୍ରକାଶ କରିଛନ୍ତି ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories