www.samajalive.in
Saturday, December 6, 2025
19.1 C
Bhubaneswar

ଲକଡାଉନର ୨୧ ଦିନ ପରେ ୬୭ ଲିଟର ମଦ ଜବତ, ଜଣେ ଗିରଫ

ଖୁଣ୍ଟା ; କରୋନାରୁ ସୁରକ୍ଷା ପାଇଁ ସରକାରଙ୍କ ଲକଡାଉନ ଘୋଷଣା ୨୧ ଦିନରେ ପହଞ୍ଚି ଥିବା ବେଳେ ଖୁଣ୍ଟା ଅବକାରୀ ବିଭାଗ ଖୁଣ୍ଟା ଥାନା ଅଧୀନ ପୁରୁଣା ବାରିପଦାରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୭.୪୭୦ଲି ବିଦେଶୀ ଲେବୁଲ ଥିବା ମଦ ଜବତ ହୋଇଛି। ଏହା ସହ ମଦ ବିକ୍ରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଯୁବକ ହେଲା ବଡ଼ସାହି ଥାନା ଛେଳିଆ(ଖ) ଗ୍ରାମର କିଶୋର କୁମାର(୩୪)।

କିଛି ଦିନ ପୂର୍ବେ ପୁରୁଣା ବାରିପଦା ନିକଟରେ ବିଦେଶୀ ମଦ ବିକ୍ରି ବାବଦରେ ଖବର ପାଇ ଚଢ଼ାଉ କରାଯାଇଥିଲେ ମଧ୍ୟ ସେତେବେଳେ ସମ୍ପୃକ୍ତ ମଦ ବେପାରୀ ଅଳ୍ପକେ ଖସିଯାଇଥିଲେ। ମଙ୍ଗଳବାର ସମ୍ପୂର୍ଣ୍ଣ ଲକଡାଉନ ଚାଲିଥିବା ବେଳେ ଏତେ ପରିମାଣରେ ମଦ ଜବତ ହେବାରୁ ସେସବୁକୁ ନେଇ ପ୍ରଶାସନ ସମେତ ଜନସାଧାରଣଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି। ୨୧ ଦିନର ଲାକଡାଉନ ମଧ୍ୟରେ କେଉଁ ଠାରୁ ଏବଂ କିପରି ଭାବେ ସେସବୁକୁ ଯୋଗାଣ କରାଯାଇଥିଲା ତାହା ତଦନ୍ତ ମଧ୍ୟକୁ ଆସିବା ଜରୁରୀ ହୋଇପଡିଛି । ଯଦି ସିଲ ହୋଇନଥିବ କିମ୍ବା ଲେବୁଲ ଜାଲ କରାଯାଇଥିବ ତେବେ ଖୁଣ୍ଟା ଥାନା ଅଞ୍ଚଳରେ ଆଉ ଏକ ମଦ ମୃତ୍ୟୁ  ସମ୍ଭାବନାକୁ ଏଡାଇଦେଇ ହବନାହିଁ। ଏତେ କଟକଣା ମଧ୍ୟରେ ମଙ୍ଗଳବାର ପୁରୁଣା ବାରିପଦାରେ ଖୋଲାଖୋଲି ମଦ ବିକ୍ରି ହେଉଥିବା ସୂଚନା ପାଇ ମାଜିଷ୍ଟ୍ରେଟଙ୍କ ସହିତ ଖୁଣ୍ଟା ଅବକାରୀ ବିଭାଗର ଏକ ଦଳ ଚଢ଼ାଉ କରିଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୬ ତାରିଖରେ ଏହି ଥାନା ଅଧିନ ଭୋଳାଗଡ଼ିଆ ନିକଟରୁ ଏକ ଭୁଷି ମାଲ ବିକ୍ରି ହେଉଥିବା ଦୋକାନରୁ ସାଢେ ୩୬ ଲି ବିଦେଶୀ ମଦ ସବୁକୁ ପୁଲିସ ଜବତ କରିଥିଲା। ଘଟଣାର ସମୟକୁ ଦେଖିଲେ ଉଭୟ ଘଟଣାରେ ମଦ ଗୁଡିକ କିଏ ଯୋଗାଇଛି ଓ କେମିତି ଆସି ପହଁଚିଛି ସେ ବାବଦରେ ନା ପୁଲିସ ନା ଅବକାରୀ ବିଭାଗ କେହି ହେଲେ ଜାଣିପାରିନାହାନ୍ତି। କଟକଣା ଯୋଗୁ ମଦ ଦୋକାନ ସବୁ ବନ୍ଦ ରହିଥିବା ବେଳେ ଜବତ ମଦ ସବୁ ଯଦି ନକଲି ବିଦେଶୀ ମଦ ହୋଇଥାଏ ତେବେ କରୋନା ନିୟନ୍ତ୍ରଣରେ ସମ୍ପୂର୍ଣ ବ୍ୟସ୍ତ ଥିବା ପ୍ରଶାସନକୁ ମଦ ମୃତ୍ୟୁ ଭଳି  ଆଉ ଏକ ବିପଦର ଯେ ସମ୍ମୁଖୀନ ହେବାକୁ ନପଡିବ ତାହା କହିହେବ ନାହିଁ। ଆଜି ଚଢ଼ାଉରେ ଉଦଳା ଅବକାରୀ ନିରୀକ୍ଷକ ଅଭିରାମ ବେହେରା, ଖୁଣ୍ଟା ଭାରପ୍ରାପ୍ତ ଅଧିକାରୀ ରାଜୀବ କୁମାର, ଅତିରିକ୍ତ ଉପ ନିରୀକ୍ଷକ ଶରତ ଚନ୍ଦ୍ର ବାରିକ  ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories