www.samajalive.in
Saturday, December 6, 2025
26.1 C
Bhubaneswar

ହ୍ବାଟ୍ସଆପ ଜରିଆରେ ୧୦ ଲକ୍ଷ ଚାଷୀଙ୍କୁ ଦିଆଯିବ କୃଷି ସୂଚନା

ଭୁବନେଶ୍ବର ( ବ୍ୟୁରୋ):  କରୋନା ଭୂତାଣୁ ସଂକ୍ରମଣ  ମୁକାବିଲା କରିବା ଦିଗରେ  ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି । ତେବେ କୃଷି କ୍ଷେତ୍ରରେ ରାଜ୍ୟର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ  ଜଡିତ ଥିବାରୁ କୃଷି କାର୍ଯ୍ୟକୁ ଲକଡାଉନ କଟକଣାରୁ କୋହଳ କରାଯାଇଛି । ସାମାଜିକ ଦୂରତା ବଜାୟ ରଖି ସମସ୍ତ କୃଷି କାର୍ଯ୍ୟ, ଅମଳ ପରିବହନ ଓ ବିକ୍ରିବଟା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏ ସମ୍ପର୍କରେ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । ଅନୁରୂପ ଭାବରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କୃଷି ଅଧିକାରୀମାନଙ୍କୁ ଏହାର କାର୍ଯ୍ୟାନ୍ବୟନ ନିମନ୍ତେ ପରାମର୍ଶ ଦେଇଛନ୍ତି ।
ଏକ ଭିଡିଓ କନଫରେନସିଂ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାରେ କୃଷି କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ କୃଷିମନ୍ତ୍ରୀ ।  ରବି ଫସଲ ଅମଳ, ଖରିଫ ଚାଷ ଏବଂ କୃଷିଜାତ ଦ୍ରବ୍ୟର ବିକ୍ରିବଟା ଦିଗରେ ଚାଷୀମାନେ ଯେପରି ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଥିପ୍ରତି ସତର୍କ ରହିବା ପାଇଁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀମାନେ ଉତ୍ପାଦିତ ଦ୍ରବ୍ୟର ଯେପରି ଉଚିତ ମୂଲ୍ୟ ପାଇପାରିବେ ସେଥିପ୍ରତି କୃଷି ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଡ. ସାହୁ  ନିର୍ଦେଶ ଦେଇଥିଲେ।
କୃଷି ସମ୍ବନ୍ଧୀୟ ସମସ୍ତ ସୂଚନା ଯେପରି ଚାଷୀମାନଙ୍କ ନିକଟରେ ସହଜରେ ଓ ସୁବିଧାରେ ପହଞ୍ଚିପାରିବ ସେଥିନିମନ୍ତେ ସୋସିଆଲ ମେଡ଼ିଆରେ ବହୁଳ ବ୍ୟବହାର ନିମନ୍ତେ ମନ୍ତ୍ରୀ ଡ. ସାହୁ କହିଥିଲେ । ପ୍ରତି ପଞ୍ଚାୟତରେ ୧୦୦ ରୁ ୨୦୦ ଚାଷୀମାନଙ୍କ ହ୍ୱାଟସଅପ୍‌ ଗ୍ରୁପ ଗଠନ କରି ସାରା ରାଜ୍ୟରେ ଅନ୍ତତଃ ପକ୍ଷେ ୧୦ ଲକ୍ଷ ଚାଷୀଙ୍କୁ କୃଷି ସୂଚନା ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମମୁଥୁକୁମାର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡଃ ପବନ କୁମାର ଅଗ୍ରୱାଲ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories