ତେଲେଙ୍ଗାନା: ତେଲେଙ୍ଗାନାର ୬୨ଜଣ ପ୍ରାର୍ଥୀ ୨୦୧୯ ସାଧାରଣ ନିର୍ବାଚନ ଲଢ଼ି ପାରିବେ ନାହିଁ । ସମ୍ପୃକ୍ତ ପ୍ରାର୍ଥୀମାନେ ଗତ ନିର୍ବାଚନର ହିସାବ ଦେଇ ନ ଥିବାରୁ, ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି। କମିଶନ ସେହି ପ୍ରାର୍ଥୀମାନଙ୍କୁ ଆସନ୍ତା ୨୦୨୨ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୫ ଜଣ ବିଧାନ ସଭା ନିର୍ବାଚନରେ ଭାଗ ନେଇଥିବା ବେଳେ ୧୭ ଜଣ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ବିଧି ବ୍ୟବସ୍ଥା ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ୭ଦିନ ମଧ୍ୟରେ ସମସ୍ତ ଖର୍ଚ୍ଚର ହିସାବ ଦେବା ନିୟମ ଥିବା ବେଳେ ତେଲେଙ୍ଗାନାର ଏହି ୬୨ ଜଣ ପ୍ରାର୍ଥୀଙ୍କୁ ୪୫ ଦିନ ପର୍ଯ୍ୟନ୍ତ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସେମାନେ ଖର୍ଚ୍ଚର ହିସାବ ଦେଇ ନଥିଲେ।
Popular Categories



