www.samajalive.in
Saturday, December 6, 2025
23.1 C
Bhubaneswar

ଚୀନରେ ୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବେଜିଂ: ଚୀନରେ ସୋମବାର ୬୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ଏପ୍ରିଲ ମାସ ପରଠାରୁ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଚୀନରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆସିବା ଆଶଙ୍କା ପ୍ରକାଶ ପାଇଛି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ ପଶ୍ଚିମ ସିନ୍‌ଜିୟାଙ୍ଗ ଅଞ୍ଚଳର ଏବଂ ଅନ୍ୟ ୪ ଜଣ ବିଦେଶ ଫେରନ୍ତା ବୋଲି ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

ଏପ୍ରିଲ ୧୪ ପରେ ଚୀନରେ ସର୍ବାଧିକ ୬୧ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ଏହା ପୂର୍ବରୁ ଏପ୍ରିଲରେ ୮୯ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶରୁ ଫେରିଥିଲେ। ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଡାଲିୟାନ ସହରରେ ଲୋକଙ୍କ ସାମୂହିକ ପରୀକ୍ଷଣ ଆରମ୍ଭ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories