www.samajalive.in
Saturday, December 6, 2025
16.1 C
Bhubaneswar

ଚିତ୍ରକୋଣ୍ଡା ଥାନାର ୬ ଜଣ ପୁଲିସ କର୍ମଚାରୀ କରୋନା ପଜିଟିଭ

ମାଲକାନଗିରି : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନାର ୬ ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି ବୋଲି ଗୁରୁବାର ଜଣାପଡ଼ିଛି। ମୋଟ ୯ ଜଣ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା।
ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ମଧ୍ୟରେ ଦୁଇ ଜଣ ଏସଆଇ, ଜଣେ ଏଏସଆଇ, ଜଣେ ଚାଳକ, ଜଣେ କନେଷ୍ଟବଳ, ଜଣେ ହୋମଗାର୍ଡ଼ ଅଛନ୍ତି। ସମସ୍ତ ସଂକ୍ରମିତଙ୍କୁ ମାଲକାନଗିରି କୋଭିଡ଼ ହସ୍ପିଟାଲକୁ ପଠାଯାଇଛି। ଅନ୍ୟ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି। ଏହାସହ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଚିତ୍ରକୋଣ୍ଡା ଥାନାକୁ ସିଲ୍ କରି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଏହାସହ କଟକଣା ମଧ୍ୟ ଜୋରଦାର କରିଛନ୍ତି। ଚିତ୍ରକୋଣ୍ଡାକୁ ପରିଚାଳନା ପାଇଁ ମାଲକାନଗିରି ପିଏ ଆଇଟିଡ଼ିଏ କ୍ଷିରାବ୍ଧୀ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories